ଭାରିଷୋଳ ଗାଁରେ ନିଆରା ଗଣେଶ ପୂଜା।

ରାଜ୍ୟ
Share

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ‌‌ ଅନ୍ତର୍ଗତ ଗରାମ ପଞ୍ଚାୟତ ର ଭାରିଷୋଳ ଗ୍ରାମରେ ମହାବୀର ୟୁଥ୍ କ୍ଳବ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ବେଶ୍ ଆଡ଼ମ୍ବରରେ ପାଳିତ ହୋଇଯାଇଅଛି। ପ୍ରତିବର୍ଷ କ୍ଲବ ତରଫରୁ ବିଭିନ୍ନ ପ୍ରକାରର ଗଣେଶ ମୂର୍ତ୍ତି ପୂଜା ପାଇଆସୁଥିବା ବେଳେ ଚଳିତ ବର୍ଷ ବମ୍ବେ ଷ୍ଟାଇଲ ର ଗଜାନନ ଙ୍କ ମୂର୍ତ୍ତି ପୂଜା କରାଯାଇଛି। ମୂର୍ତ୍ତି କାରିଗର ସାଜନ ମଲ୍ଲିକ କହିଛନ୍ତି ତିର୍ତ୍ତୋଲ ଅଞ୍ଚଳରେ ବିଭିନ୍ନ ପୂଜା ମଣ୍ଡପରେ ଯେଉଁ ମୃମୟୀ ମୂର୍ତ୍ତି ଗଢ଼ା ହୋଇ ପୂଜା ପାଉଛନ୍ତି,ସେଥିରେ ଏହି ବମ୍ବେ ଷ୍ଟାଇଲ ଗଜାନନ ମୂର୍ତ୍ତି ଅନ୍ୟତମ । ଏହି ମୂର୍ତ୍ତିରେ ବମ୍ବେ ଷ୍ଟାଇଲ ଗଜାନନ ଙ୍କ ମୁକୁଟ ଲଗାଯାଇଥିବା ବେଳେ ଏଥିରେ ବମ୍ବେ ଡିଜାଇନର ଶାଢ଼ୀ ମଧ୍ୟ ଗଜାନନ ଙ୍କୁ ପିନ୍ଧା ଯାଇଥିଲା ।  ମୂର୍ତ୍ତି ଉଚ୍ଚତା ୫ ରୁ ୬ ଫୁଟ ରହିଥିବାବେଳେ ଏହା ଦେଖିବାକୁ ବେଶ୍ ଆକର୍ଷଣୀୟ ହୋଇଥିଲା। ଏହି ଗଜାନନଙ୍କ ମୃମୟୀ ମୂର୍ତ୍ତି ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚା ରେ ରହିଥିବା ବେଳେ ଏହାକୁ ଦେଖିବା ପାଇଁ ଅନେକ ଲୋକ ସମାଗମ ହୋଇଥିଲେ। ଖାଲି ସେତିକି ନୁହେଁ ଶବ୍ଦ ପ୍ରଦ୍ୟୁଷଣ ରୋକିବା ପାଇଁ ଭଷାଣୀ ଶୋଭାଯାତ୍ରାରେ ଚଳିତବର୍ଷ କ୍ଳବ ର ସଦସ୍ୟ ମାନେ ଡିଜେ ସାଉଣ୍ଡ ବଦଳରେ ଢୋଲ ବଜାଇ ଗଜାନନ ଙ୍କୁ ମେଲାଣି ଦେଇଥିଲେ ।

କ୍ଲବ ର ଏହି ନିଆରା ପ୍ରୟାସ କୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଉଚ୍ଚ ପ୍ରଶଂସା କରିଥିବା ବେଳେ ମହାବୀର ୟୁଥ୍ କ୍ଳବ ର ସମସ୍ତ କର୍ମକର୍ତ୍ତା ଙ୍କୁ ସାଧୁବାଦ ଜଣାଇଥିଲେ। ଏହି ଗଣେଶ ପୂଜା ରେ ମହାବୀର ୟୁଥ୍ କ୍ଳବ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସାହାର୍ଯ୍ୟ ସହଯୋଗ ର ହାତ ବଢ଼ାଇଥିଲେ। ଆଗାମୀ ଦିନରେ ଏହି ଭଳି ସଂଗଠିତ ହୋଇ କ୍ଲବ କୁ ଆଗେଇ ନେବା ପାଇଁ ସମସ୍ତ ସଦସ୍ୟ ମତବ୍ୟକ୍ତ କରିଥିଲେ।

Leave a Reply

Your email address will not be published. Required fields are marked *