ଝଙ୍କଡ଼ (୨୪/୯) : ତିର୍ତ୍ତୋଲ ବ୍ଲକ ଅଧିନ କୋଷ୍ଟୀମଲ୍ଲିକାପୁର ପଞ୍ଚାୟତର ଶାଳୀଜଙ୍ଗା ଗ୍ରାମରେ, ଗତ ରବିବାର ଦିନ ମଧ୍ୟାହ୍ନ ରେ, ପଞ୍ଚାୟତ ସ୍ତରୀୟ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଏକ କର୍ମଶାଳା ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜଗତସିହପୁରଜିଲ୍ଲା ଯୁବ ବିଜେଡ଼ିର ସମ୍ପାଦକ ଧ୍ୟାନରଞ୍ଜନ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଯୁବସରପଞ୍ଚ ବିଭୁ ପ୍ରସାଦ ମହାନ୍ତି ମୂଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ , ଯୁବକ ଓ ଛାତ୍ର ମାନେ ହେଉଛନ୍ତି ଆମ ଦେଶ ଓ ଜାତିର ଭବିଷ୍ୟତ। ଲୋକମାନଙ୍କ ଅଭାବ ଅସୁବିଧା ଓ ସମସ୍ୟା ର ସମାଧାନ ପାଇଁ ସେବା ମନଭାବ ନେଇ ଆଗେଇ ଆସନ୍ତୁ। ତିର୍ତ୍ତୋଲ ବ୍ଲକ ଯୁବ ବିଜେଡ଼ିର ଉପସଭାପତି ନରେନ୍ଦ୍ର ବାରିକ ଙ୍କ ସଭାପତିତ୍ବ ରେ ଏହି କର୍ମଶାଲା ରେ ଜିଲ୍ଲା ଯୁବ ବିଜେଡ଼ିର ସମ୍ପାଦକ ଶ୍ରୀ ନନ୍ଦ, ଏହି ପଞ୍ଚାୟତରେ ଶିକ୍ଷା , ସ୍ୱାସ୍ଥ୍ୟ , ଗମନା ଗମନ, ବ୍ୟାଙ୍କିଙ୍ଗ ସୁବିଧାସୁଯୋଗ ପାଇବା ପାଇଁ ଆମର ହକ ଦାବୀ ପୂରଣ ନିମନ୍ତେ ଏକାଠି ହେବାକୁ ଆହ୍ବାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଛାତ୍ର ବିଜେଡ଼ି ଉପସଭାପତି ଅତ୍ରୀଭୂଷଣ ନନ୍ଦ , ପଞ୍ଚାୟତ ଯୁବ ବିଜେଡ଼ି ସଭାପତି ସାରଦା ମଲ୍ଲିକ, ଙ୍କ ସମେତ ବିଜୟ କୁମାର ସ୍ବାଇଁ , ଆଶିଷ ମହାନ୍ତି , ଯୁବନେତା ସମିତ ଶାସମଲ୍ , ସୌମ୍ୟ ରଞ୍ଜନ ସାମଲ , ବିଶ୍ୱଜିତ୍ ବାରିକ , ରମେଶ ବେହେରା , ସଞ୍ଜୟ ଦାସ , ସୀତାନସୁ ବାରିକ , ବିଭୁଦତ୍ତ ମହାନ୍ତି , ସମୀର ସାସମଲ୍ , ପ୍ରଦୀପ ପ୍ରଧାନ , ସଞ୍ଜୟ କାନୁନଗୋ , ରାଧେଶ୍ୟାମ ପଣ୍ଡା , ପ୍ରଫୁଲ୍ଲ ବାରିକ ଓ ବିଜୟ ଦାସ ପ୍ରମୁଖ ସାଙ୍ଗଠନିକ ଦୃଢ଼ତା ଓ ଦକ୍ଷତା ବଜାୟ ରଖିବା ପାଇଁ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ । ତେବେ ଏହି କର୍ମଶାଳା ରେ ଶତାଧିକ ଯୁବକ ଓ ଛାତ୍ର ମାନେ ଅଂଶ ଗ୍ରହଣ କରିଥିବାର ଦେଖିବାକୁ ମିଳିଥିଲା ।