ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ରବୀନ୍ଦ୍ର ପ୍ରଧାନଙ୍କୁ ଦଳ ବିରୋଧୀ କାମ ପାଇଁ ବିଜେଡିରୁ ନିଲମ୍ବିତ କରାଯାଇଛି ବୋଲି ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୋମବାର ଏକ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି। ବିସିଜେଡି ହେଉଛି ଛାତ୍ର ସଙ୍ଗଠନ।
ସେହିପରି ବିଜେଡିର ଯୁବ ଶାଖା ବିଜୁ ଯୁବ ଜନତା ଦଳର ରାଜ୍ୟ ସମ୍ପାଦକ ପ୍ରକାଶ ପାଶ୍ୱାନଙ୍କୁ ପଦରୁ ହଟାଇ ଦିଆଯାଇଛି। ଉଭୟ ନିର୍ଦ୍ଦେଶ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଜାରି କରାଯାଇଛି ବୋଲି ମଙ୍ଗରାଜ କହିଛନ୍ତି।