ସୁନିଆଁ ଉପଲକ୍ଷେ ବେଗୁନିଆଁ ରେ ନିଆରା ପରମ୍ପରା

ରାଜ୍ୟ
Share

ଝଙ୍କଡ଼ :  ଆଜକୁ ୬୮ ବର୍ଷ ଧରି, ତିର୍ତ୍ତୋଲ ବ୍ଲକ ଅଧିନ କଟରା ପଞ୍ଚାୟତ ର ବେଗୁନିଆ ଗ୍ରାମରେ, ପବିତ୍ର ସୁନିଆ ଦିନ ବାବା ଗ୍ରାମେଶ୍ୱର୍ ଙ୍କ ସ୍ୱପ୍ନାଦେଶ ଅନୁସାରେ , ଘୃତ ଯଜ୍ଞ , ନାମ ସଙ୍କୀର୍ତ୍ତନ ଓ ବହୁ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି। ଚଳିତ ବର୍ଷ ଏହି ସୁନିଆ ପର୍ବ ପାଳନ ଉପଲକ୍ଷେ ଗତ ମଙ୍ଗଳବାର ଦିନ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଏହି ପୂଜାର୍ଚ୍ଚନା ଏକ ନିଆରା ଢଙ୍ଗରେ ପାଳନ କରାଯାଇଥିବାର ଦେଖିବାକୁ ମିଳିଥିଲା ।

ଜନସ୍ମୃତି ଅନୁଯାଇ ଆଜକୁ ୬୮ ବର୍ଷ ତଳେ ଏହି ଗ୍ରାମରେ ମହାମାରୀ ଯୋଗୁଁ ବହୁ ଧନଜୀବନ ନଷ୍ଟ ହେଉଥିଲା । ମାତ୍ର ଜଣେ ସାଧୁଙ୍କୁ ବାବା ଗ୍ରାମେଶ୍ୱର ମହାଦେବ ଙ୍କ ସ୍ଵପ୍ନାଦେଶ ହେଲା, ଗ୍ରାମବାସୀ ମାନେ , ପ୍ରତିଘରର ମଣିଷ ଓ ଗୃହପାଳିତ ପଶୁ ପକ୍ଷୀ ମାନଙ୍କ ପାଇଁ , ମୁଣ୍ଡପିଛା ଦାନ ସଂଗ୍ରହ କରି , ସେହି ଦାନଅର୍ଥ ରେ ଯଜ୍ଞ ଓ ଚଣ୍ଡୀ ଚାମୁଣ୍ଡା ମାନଙ୍କ ଉଦ୍ଦେଶ୍ୟରେ ଏକ ପଣାପ୍ରସ୍ତୁତି ହାଣ୍ଡି କୁ ଗାଁଆ ମୁଣ୍ଡରେ ଅର୍ପଣ କଲେ, ହଇଜା ଚାଲିଯିବ। ସେଇ ବିଶ୍ୱାସ କୁ ଆଧାର କରି , ଚଳିତ ବର୍ଷ ବିପିନ ବିହାରୀ ନାୟକ , ଲିଙ୍ଗରାଜ ରାଉତ , ପଦ୍ମନାଭ ରାଉତ, ନିରଞ୍ଜନ ନାୟକ, ଅକ୍ରୁର ପଣ୍ଡା , ଧ୍ରୁବ ଚରଣ ପଣ୍ଡା , ରବିନ୍ଦ୍ର କୁମାର ପଣ୍ଡା ଓ ଯୁଗଳ ବାରିକ ପ୍ରମୁଖ ବେଗୁନିଆ ଗ୍ରାମବାସୀ ମାନଙ୍କ ସହଯୋଗରେ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Leave a Reply

Your email address will not be published. Required fields are marked *