ଶାରଦୀୟ ପାର୍ବଣପୂଜା ପାଇଁ ପ୍ରସ୍ତୁତି ବୈଠକ ରେ ନୁଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି

ରାଜ୍ୟ
Share

ଝଂକଡ :  ପ୍ରସିଦ୍ଧ ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ନହେବା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ, ଗତ ବୁଧବାର ଦିନ ଅପରାହ୍ନ ରେ ମନ୍ଦିର ବେଢ଼ା ମଧ୍ୟରେ ଜଗତସିଂହପୁର ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ , ଓ ଉପଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ପାର୍ବଣପୂଜା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସାରଳା ମନ୍ଦିର ପ୍ରଶାସନ ର କାର୍ଯ୍ୟନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ପରିଜାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ବୈଠକରେ , ତିର୍ତ୍ତୋଲ ଥାନା ଆଇ ଆଇ ସି ଅଭିମନ୍ୟୁ ନାୟକ,
ମନ୍ଦିର ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି , କନକ ପୁର ପୋଲିସ ଫାଣ୍ଡି ଅଧିକାରୀ ସୌମେନ୍ଦ୍ର କୁମାର ନାୟକ ଙ୍କ ସମେତ କେତେକ ସେବାୟତ ମାନେ ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ! ତିର୍ତ୍ତୋଲ ତହସିଲଦାର ଅମୂଲ୍ୟ କୁମାର ସାହୁ ଓ ଉପଜିଲ୍ଲାପାଳ ସେବାୟତ ମାନଙ୍କ ମତାମତ କୁ ଆଧାର କରି, ପୂର୍ବ ନିର୍ଦ୍ଧାରିତ ୧୮ ଗୋଟି ନୁଆ ନିୟମ ଆସନ୍ତା କାଲି ଠାରୁ କଡାକଡି ଭାବରେ ଲାଗୁ କରିବାକୁ ଘୋଷଣା କରିଥିଲେ । ତେବେ ପ୍ରଶାସନିକ ଅଧିକାରୀ ମାନଙ୍କ ମତାମତ କୁ ନେଇ ପୂର୍ବରୁ ଗଠିତ ହୋଇଥିବା ୨୦ ଜଣିଆ କୋରକମିଟି ରେ ସଦସ୍ୟ ଥାଇ ମଧ୍ୟ କେତେକ ଗଣମାଧ୍ୟମରେ କମିଟି ବିରୁଦ୍ଧରେ ବିଭ୍ରାନ୍ତିମୂଳକ ବୟାନବାଜି ଦେଇଚାଲିଥିଲେ ମଧ୍ୟ ପ୍ରଶାସନ ତରଫରୁ କୌଣସି ପ୍ରତିବାଦ କରାଯାଉ ନଥିବାରୁ ଏହାର ପ୍ରତିବାଦ କରି , ସାରଳା ମନ୍ଦିରର ବଡ଼ପଣ୍ଡା , ମୁଖ୍ୟପୂଜକ , ପରିଚ୍ଛା ଙ୍କ ସମେତ ସମସ୍ତ କୋରକମିଟି ର ଏହି ବୈଠକ କୁ ବର୍ଜ୍ଜନ କରିବାକୁ, ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ। ତେଣୁ ଏହି ବୈଠକରେ ସେମାନେ ଅନୁପସ୍ଥିତ ଥିବାର ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *