କଟକ : ରେଜିଷ୍ଟ୍ରେସନ (ନିବନ୍ଧନ) ବିଭାଗ ଅବସର ପ୍ରାପ୍ତ କର୍ମଚାରୀ ସଂଘ, କଟକର ପ୍ରଥମ ଅଧିବେଶନ ରବିବାର ସକାଳ ୧୧ ଘଟିକାରେ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ କଟକଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ କଟକ ଜିଲ୍ଲା ରେଜିଷ୍ଟ୍ରେସନ ବିଭାଗ ର ଅବସରପ୍ରାପ୍ତ କର୍ମଚାରୀ ମାନେ ଯୋଗଦାନ କରି ନିଜ ନିଜର ଅବସର କାଳୀନ ସମୟ ର ସୁଖ ଦୁଃଖ ବଖାଣି ଥିଲେ।
ବିଗତ ଦିନର ସାଥୀ ସ୍ଵର୍ଗତ ନଟବର ମହାନ୍ତିଙ୍କ ସ୍ମୃତିରେ ୨ ମିନିଟ ର ନୀରବ ପ୍ରାଥନା କରାଯାଇଥିଲା । ସଂଘ କୁ ଆଗକୁ ବଢାଇ ବା ନିମନ୍ତେ ଶ୍ରୀଯୁକ୍ତ ସୀତାନାଥ କାନୁନଗୋ ଙ୍କୁ ସଭାପତି, ଶ୍ରୀଯୁକ୍ତ କୁମୁଦ ବଲ୍ଲଭ ମିଶ୍ର ଙ୍କୁ ଉପ ସଭାପତି, ଶ୍ରୀଯୁକ୍ତ ଦେବେନ୍ଦ୍ର ନାଥ ମହାପାତ୍ର ଙ୍କୁ ସଂପାଦକ, ଶ୍ରୀଯୁକ୍ତ ବରେନ୍ଦ୍ର ନାଥ ପାତ୍ର ଙ୍କୁ ଯୁଗ୍ମ ସମ୍ପାଦକ ଓ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ସ୍ୱାଇଁ ଙ୍କୁ କୋଷାଧ୍ୟକ୍ଷ ଚୟନ କରାଯାଇ ଥିଲା |
ଆସନ୍ତା ନଭେମ୍ବର ମାସ ରେ ପୁନର୍ବାର ଏକତ୍ରୀତ ହୋଇ ସଂଘ ର ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବା ନିମନ୍ତେ ସ୍ଥିର କରାଯାଇ ସଭା ସାଂଗ କରା ଯାଇଥିଲା।