ଆଗକୁ ୫ଟି ରାଜ୍ୟରେ ନିର୍ବାଚନ ଥିବାରୁ ସରକାର ଏଲପିଜି ସିଲିଣ୍ଡର ଉପରେ ସବସିଡି ବଢାଇ ଦେଇଛନ୍ତି । ତେବେ ଏହାର ସୁବିଧା କେବଳ ଉଜ୍ଜଳା ହିତାଧିକାରୀମାନଙ୍କୁ ମିଳିବ ନାହିଁ । କିନ୍ତୁ ଉଜ୍ଜଳା ଯୋଜନାର ସୁଫଳ ପାଉନଥିବା ସାଧାରଣ ମଧ୍ୟବିତ୍ତ ବର୍ଗ ଏହି ସବସୀଡିର କୌଣସି ଲାଭ ପାଇବେ ନାହିଁ ।
ଅନୁରାଗ ଠାକୁର ଆହୁରି କହିଛନ୍ତି ଯେ ଭାରତ ହଳଦୀର ସବୁଠାରୁ ବଡ଼ ଉତ୍ପାଦନକାରୀ ଏବଂ ଉପଭୋକ୍ତା । ହଳଦୀ ରପ୍ତାନି ପାଇଁ ୮୪୦୦ କୋଟି ଟଙ୍କାର ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ସେଣ୍ଟ୍ରାଲ୍ ଟର୍ମରିକ୍ ବୋର୍ଡ ( କେନ୍ଦ୍ରୀୟ ହଳଦୀ ବୋର୍ଡ) ଗଠନକୁ ମଞ୍ଜୁରି ମିଳିଛି। ଉତ୍ତର କୋଏଲ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବା ପାଇଁ ୨୪୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାଦ୍ୱାରା ବିହାରର ଔରଙ୍ଗାବାଦ, ଝାଡ଼ଖଣ୍ଡର ଗଡ଼ୱା ଓ ପାଲାମୁ ଉପକୃତ ହେବେ।