ଝଙ୍କଡ଼ ସାରଳାପୀଠ ରେ ଆଜିଠୁ ଆରମ୍ଭ ହେଲା, ଶାରଦୀୟ ପାର୍ବଣ ପୂଜା, ଠିକାଦାରୀ ସଂସ୍ଥାର ବାହାଘର ବେଳେ ବାଇଗଣ ରୁଆ କାମ

ରାଜ୍ୟ
Share

ଝଙ୍କଡ଼ (୫/୮) :  ଓଡ଼ିଶାର ବାଣୀ କ୍ଷେତ୍ର ତଥା ପ୍ରାଚୀନ ଶକ୍ତିପୀଠ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କର ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆଜିଠାରୁ ଶୁଭାରମ୍ଭ ହୋଇଛି । ତେବେ ଏଥି ପୂର୍ବରୁ ମାଆଙ୍କ ମନ୍ଦିର ବେଢ଼ା ମଧ୍ୟରେ ଥିବା, ଫାଟକସାହି ର ଭଣ୍ଡାରଘର ଓ ଅମଣିଆ ଭୋଗ ପ୍ରସ୍ତୁତ ହୋଇ ଆସୁଥିବା ସ୍ଥାନ କୁ ମନ୍ଦିରର ନବୀକରଣ ନିମନ୍ତେ ଟେଣ୍ଡର ନେଇଥିବା ଠିକାଦାରୀ ସଂସ୍ଥା ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିବରୁ , ବହୁପୁର୍ବରୁ ଏହି ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ , ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ଠିକାଦାରୀ ସଂସ୍ଥା ଏଥିପ୍ରତି ଆଦୌ ଗୁରୁତ୍ୱ ଦେଇ ନଥିଲା।  ମାତ୍ର ଶେଷ ମୁହୂର୍ତ୍ତ ରେ , ପୂଜାର ୨/୩ ଦିନ ପୂର୍ବରୁ ତରବରିଆ ଭାବରେ, ଭଙ୍ଗାଯାଇଥିବା ସ୍ଥାନ ରେ ଅସ୍ଥାୟୀ ଦସ୍ତା ଟିଣ ପାଚେରୀ ବୁଲାଇ ଥିବାର ଦେଖିବାକୁ ମିଳିଛି । ଅପର ପକ୍ଷରେ , ପୂଜା ନିମନ୍ତେ ଯେଉଁ ସେବା ନିଯୋଗୀ , ବଡପଣ୍ଡା , ପରିଚ୍ଛା , ପୁରୋହିତ , ପୁସ୍ତକାଚାର୍ଯ୍ୟ , ଯାଜ୍ଞିକ ବ୍ରାହ୍ମଣ ଓ ବୈଷ୍ଣବମାନେ ଦୀର୍ଘ ୧୮ ଦିନପାଇଁ ନିମନ୍ତ୍ରିତ ଓ ବରଣି ହୋଇ ଥାଆନ୍ତି, ସେମାନଙ୍କ ବିଶ୍ରାମ ଓ ରାତ୍ରୀଯାପନ ପାଇଁ ଗୃହ ଗୁଡ଼ିକ ମଧ୍ୟ ଭଙ୍ଗାଯାଇଥିବାରୁ , ନାନା ପ୍ରକାରର ଅସୁବିଧା ଓ ଅବ୍ୟବସ୍ଥା ଦେଖାଯାଇଛି। ଯେଉଁ ଫାଟକସାହି ରେ ଏହି ପୂଜା ନିମନ୍ତେ ମଣ୍ଡାଭୋଗ ପ୍ରସ୍ତୁତ ହୋଇଥାଏ , ସେଠାରେ ପୂରୁସେ ଉଚ୍ଚାର ଗାଡ କୁ ଗତ ୨ ଦିନ ହେଲା ବାଲି ପକାଯାଇ ପୋତାଯାଉଚି। ସ୍ଵଳ୍ପସଂଖ୍ୟକ ଲୋକଙ୍କୁ ଲାଗଇ , ଏତେବଡ ପ୍ରକଳ୍ପ କାମ ଶେଷ ହେବାକୁ ଆଉ କେତେ ଦିନ ପର୍ଯ୍ୟନ୍ତ ସମୟ ଲାଗିବ , ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ମାଆଙ୍କ ପୁଜା ନିମନ୍ତେ ଘଟସ୍ଥାପନ ଓ ଦଶହରା ଦିନ ଘଟ ବିସର୍ଜନ ପାଇଁ ବଡ ସମାସ୍ୟା ଦେଖାଯାଇଛି । କାରଣ ଚନ୍ଦନପୋଖରୀ ପୁନରୁଦ୍ଧାର ପାଇଁ, ଠିକାଦାରି ସଂସ୍ଥା, ପୋଖରୀ କୁ ମଧ୍ୟ ବହୁପୂର୍ବରୁ ଶୁଖାଇଦେଇଛି । ସବୁଠୁଁ ବଡକଥା ହେଉଛି ଯେ ଏହି ଶାରଦୀୟ ପାର୍ବଣ ପୂଜା ରେ ପ୍ରବଳ ଜନସମାଗମ ହେଇଥାଏ। ତେଣୁ ଯାତ୍ରୀ ମାନଙ୍କ ଚଳପ୍ରଚଳ ଓ ଯାନବାହନ ଚଳାଚଳ ମଧ୍ୟ ସ୍ବଭାବିକ ଭାବେ ବାଧାପ୍ରାପ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି। କାରଣ ଏ ପର୍ଯ୍ୟନ୍ତ ପାର୍କିଂ ସ୍ଥଳ ଓ ଯାତାୟତ ରାସ୍ତା ଖାଲ ଢ଼ିପ ହୋଇ ପଡ଼ି ରହିଥିବା ବେଳେ , ବିଭିନ୍ନସ୍ଥାନରେ ମାଟି ଓ ଗଦାଗଦା ଅଳିଆ ଆବର୍ଜ୍ଜନା ପଡ଼ିରହିଛି । ଯାହାଫଳରେ ପୀଠର ପବିତ୍ରତା ନଷ୍ଟ ହେବା ସହିତ, ପାରିପାର୍ଶିକ ପରିବେଶ ମଧ୍ୟ ନଷ୍ଟ ହେବାରେ ଲାଗିଛି। ତେବେ ପାର୍ବଣ ପୂଜା ର ମାତ୍ର ଦିନେ ଦିଦିନ ପର୍ବରୁ, ଠିକାଦାରୀ ସଂସ୍ଥାର ଏହି ଦସ୍ତାଟିଣ ଘୋରା କାମ ଦେଖି , ସାଧାରଣ ରେ ଚର୍ଚ୍ଚା ହେଉଛି ଯେ , ବାହାଘର ବେଳେ ବାଇଗଣ ରୁଆ ଯାଉଛି । ଦେଖିବାକୁ ବାକି ରହିଲା ଜିଲ୍ଲାପ୍ରଶାସନ ଓ ଦେବୋତ୍ତର ବିଭାଗ ଏ ନେଇ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।

Leave a Reply

Your email address will not be published. Required fields are marked *