ଆଫଗାନିସ୍ତାନରେ ୬.୩ ତୀବ୍ରତାର ଭୂମିକମ୍ପ, ୧୫ ମୃତ

ଦେଶବିଦେଶ
Share

Earthquake_185b97dfba4_large-750x430-1.jpg

ହେରାତ: ପଶ୍ଚିମ ଆଫଗାନିସ୍ତାନରେ ଶନିବାର ଏକ ୬.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି, ଯେଉଁଥିରେ ଅନେକ ଲୋକ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଭୂମିକମ୍ପରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୮ ଜଣ ଆହତ ହୋଇଛନ୍ତି।
ହେରାଟ ପ୍ରଦେଶର ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ମହମ୍ମଦ ତାଲେବ ସାହିଦ ଗଣମାଧ୍ୟମକୁ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା କେନ୍ଦ୍ରୀୟ ଡାକ୍ତରଖାନାକୁ ଅଣାଯାଇଥିବା ମୃତଦେହ ଉପରେ ଆଧାରିତ, କିନ୍ତୁ ଏହା ଚୂଡ଼ାନ୍ତ ସଂଖ୍ୟା ନୁହେଁ। ଭଗ୍ନାବଶେଷ ତଳେ ଆହୁରି ଅନେକ ଲୋକ ଫସି ରହିଥିବାରୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ସେ କହିଛନ୍ତି ।
ଭାରତର ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜିର ରିପୋର୍ଟ ଅନୁଯାୟୀ, ଶନିବାର (ଅକ୍ଟୋବର ୭) ଅଧ ଘଣ୍ଟା ମଧ୍ୟରେ ଆଫଗାନିସ୍ତାନରେ ୩ଟି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ତୃତୀୟ ତଥା ସଦ୍ୟତମ ଭୂମିକମ୍ପ ଅପରାହ୍ଣ ୧୨ଟା ୪୨ମିନିଟରେ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରହିଥିଲା। ଅପରାହ୍ଣ ୧୨ଟା ୧୯ମିନିଟରେ ଦ୍ୱିତୀୟ ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହାର ତୀବ୍ରତା ୫.୬ ଥିଲା ଏବଂ ଏହା ପୂର୍ବରୁ ପ୍ରଥମ ଭୂମିକମ୍ପ ଅପରାହ୍ଣ ୧୨ଟା ୧୧ରେ ହୋଇଥିଲା, ଯାହାର ତୀବ୍ରତା ୬.୧ ଥିଲା।
ଅନ୍ୟପକ୍ଷରେ ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁସାରେ ମୋଟ ୬ ଥର ଭୂମିକମ୍ପ ହୋଇଥିଲା ଓ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପର ତୀବ୍ରତା ୬.୩ ଥିଲା ।

Leave a Reply

Your email address will not be published. Required fields are marked *