ବନ୍ଧା ହେଲେ ସ୍ୱାସ୍ଥ୍ୟ ସଙ୍ଗଠନ ଅଧିକାରୀ, ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଥିଲା ସିବିଆଇ

ଅପରାଧ ରାଜ୍ୟ
Share

prdp

ପାରାଦୀପ: ଗିରଫ ହେଲେ ପାରାଦୀପ ପୋର୍ଟ ହେଲଥ ଅଫିସ ଡାକ୍ତର। ୫୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ଗିରଫ କରିଛି ସିବିଆଇ। ମାରାଥନ୍ ରେଡ୍ ବେଳେ ମିଳିଥିଲା କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି। ଘର ଓ ଅଫିସ ସମେତ ୩ଟି ସ୍ଥାନରେ ରେଡ କରାଯାଇଥିଲା। ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରୁ ଜବତ ହୋଇଛି ବିଡ଼ା ବିଡ଼ା ଟଙ୍କାକୁ ବିଦେଶୀ ନୋଟ। ତା ସହ ଦାମୀ ମଦ ଓ ସିଗାରେଟ୍।

ଏକା ସାଙ୍ଗରେ ପାରାଦୀପର ତିନୋଟି ସ୍ଥାନ ଜେବିରେ ଥିବା ଘର,ହାଉସିଂବୋର୍ଡରେ ଥିବା ଘର ସମେତ ଭୂୟାଁ ଛକରେ ଥିବା ଅଫିସ ଘରେ ଚଢ଼ାଉ କରାଯାଇଥିଲା। ୫୦ ହଜାର ଟଙ୍କା ଲାଞ୍ଚ କାରବାର ବେଳେ ଗତକାଲି ମାଡିବସିଥିଲା ସିବିଆଇ। କୋଲକାତାର ଏମିଏନସ୍ସ ସିପିଂ ଏଜେନ୍ସି ଠାରୁ ନେଉଥିଲେ ୫୦ ହଜାର ଟଙ୍କା। ଗୋଟିଏ ଜାହାଜର ନାବିକ ମାନଙ୍କର ହେଲଥ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ସିପିଂ ଏଜେନ୍ସି ଠାରୁ ଜଣ ପିଛା ୧୫୦୦ ଟଙ୍କା ଦାବି କରିଥିଲେ ଡାକ୍ତର ଆର.ଏନ ପାଣିଗ୍ରାହୀ। ଏହାକୁ ନେଇ ସିବିଆଇ ନିକଟରେ ଏଜେନ୍ସି ଅଭିଯୋଗ କରିବା ପରେ ୫୦ ହଜାର ଟଙ୍କା ଦେବାକୁ ଡିଲ୍ ହୋଇଥିଲା। ଏଜେନ୍ସି ପକ୍ଷରୁ ଭୁଇଁଆ ଛକ ନିକଟ ପବ୍ଲିକ ହେଲଥ ଅଫିସରେ ଡାକ୍ତର ଆର ଏନ ପାଣିଗ୍ରାହୀଙ୍କୁ ଟଙ୍କା ଦେବା ବେଳେ ମାଡି ବସିଥିଲା ସିବିଆଇ। ।

Leave a Reply

Your email address will not be published. Required fields are marked *