କିନ୍ତୁ ଏହାକୁ ଖଣ୍ଡନ କରିଛନ୍ତି ଘରୋଇ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ। ସେ କହିଛନ୍ତି ସଂଘ ଭିତରେ କୌଣସି ଫାଟ ନାହିଁ । ରାଜ୍ୟରେ ୧୪ ହଜାରରୁ ଅଧିକ ଘରୋଇ ବସ୍ ରହିଛି । କିଛି ସ୍ଥାନରେ କାଁ ଭାଁ ଘରୋଇ ବସ୍ ଚାଲିଛି । ତାହା ବନ୍ଦ ହୋଇଯିବ । ପେଟପାଟଣା କଥା , ତେଣୁ ସେମାନଙ୍କ ସହ କଥାବର୍ତ୍ତା ଚାଲିଛି । ଯାତ୍ରୀ ହନ୍ତସନ୍ତ ନେଇ ପୁଣି ଥରେ କ୍ଷମା ମାଗିଛି ମାଲିକ ସଂଘ। ସରକାର ଯେତେ ଶୀଘ୍ର ଆମ କଥା ଶୁଣିବେ , ଆମେ ଆନ୍ଦୋଳନରୁ ହଟିବୁ । ସରକାର ୫୦ ପ୍ରତିଶତ ଆଗେଇଲେ ଆମେ ମଧ୍ୟ ୫୦ ପ୍ରତିଶତ ଆଗେଇବୁ । ଆଲୋଚନାରେ ସବୁ କିଛି ସମ୍ଭବ ବୋଲି କହିଛନ୍ତି ସମ୍ପାଦକ ଦେବେନ୍ଦ୍ର ସାହୁ ।