୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ

ଅପରାଧ ରାଜ୍ୟ
Share

rer

ଭୁବନେଶ୍ବର: ପୂଜାମଣ୍ଡପରେ ମାତିଲେ ଲୁଟେରା। ଭୁବନେଶ୍ବର ବମିଖାଲ ପୂଜାମଣ୍ଡପରେ ଚେନ ଲୁଟେରାଙ୍କ ଆତଙ୍କ। ୫ ମିନିଟରେ ପୂଜା ମଣ୍ଡପରୁ ନେଇଗଲେ ୪ଟି ସୁନା ଚେନ । ସକାଳ ସାଢେ ୧୦ଟାରୁ ୧୦ଟା ୪୫ ମିନିଟ ଧ୍ୟରେ ଦୁର୍ଗା ମଣ୍ଡପରୁ ଝାମ୍ପିନେଲେ ସୁନା ଚେନ। ଅଷ୍ଟମୀ ରେ ମା’ ଙ୍କ ଦର୍ଶନ ପାଇଁ ବମିଖାଲ ମଣ୍ଡପ ଆସିଥିବା ୪ ମହିଳା ଶ୍ରଦ୍ଧାଳୁଙ୍କ ଠାରୁ ସୁନା ଚେନ ଲୁଟ ହୋଇଛି। ଏନେଇ ପିସିଆରକୁ ଜଣାଇବା ପରେ ଛାନଭିନ ଆରମ୍ଭ ହୋଇଛି।

ଲୁଟ ପଛରେ ଏକ ମହିଳା ଲୁଟେରା ଗ୍ୟାଙ୍ଗର ହାତ ଥିବା ସନ୍ଦେହ କରାଯାଉଛି। କିଛି ମହିଳା ସନ୍ଦେହଜନକ ଭାବେ ମଣ୍ଡପରେ ବୁଲୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଅଭିଯୋଗ ପରେ ବମିଖାଲ ପୂଜା ମଣ୍ଡପର କର୍ମକର୍ତ୍ତା ସିସିଟିଭି ଯାଞ୍ଚ ଆରମ୍ଭ କରିଛନ୍ତି । ହଜାର ହଜାର ସଂଖ୍ୟାରେ ଶଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ ଅଷ୍ଟମୀରେ ମଣ୍ଡପ କୁ ଆସୁଛନ୍ତି। ସେପଟେ ମଣ୍ଡପରେ ମହିଳା ପୋଲିସଙ୍କୁ ମୁତୟନ କରିବାକୁ କମିଶନରେଟ ପୋଲିସକୁ ଅନୁରୋଧ କରାଯାଇଥିଲେ ମଧ୍ୟ ମହିଳା ପୋଲିସ ଏପର୍ଯ୍ୟନ୍ତ ପହଞ୍ଚି ନଥିବା କହିଛନ୍ତି ପୂଜା କମିଟି ସମ୍ପାଦକ ।

Leave a Reply

Your email address will not be published. Required fields are marked *