ଆରମ୍ଭ ହେଲା ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା

ରାଜ୍ୟ
Share

voter_id_news_1528505553_618x347_0

ଭୁବନେଶ୍ୱର : ୨୦୨୪ ସାଧାରଣ ନିର୍ବାଚନ ଲାଗି ଭୋଟର ତାଲିକା ସଂଶୋଧନ ପାଇଁ ଶୁକ୍ରବାରଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ଖବରଦାତା ସମ୍ମିଳନୀ ଜରିଆରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଆଜିଠୁ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ଏନେଇ ୨୦୨୩ ଡିସେମ୍ବର ୯ ପର୍ଯ୍ୟନ୍ତ ଭୋଟରମାନେ ଆବେଦନ କରିପାରିବେ। ୨୦୨୪ ଜାନୁୟାରୀ ପହିଲା ସୁଦ୍ଧା ଯେଉଁମାନଙ୍କ ବୟସ ୧୮ ବର୍ଷ ଛୁଇଁଥିବ ସେମାନଙ୍କ ନାମ ଭୋଟର ତାଲିକାରେ ରହିପାରିବ। ଏ ସମ୍ବନ୍ଧରେ ସବୁ ଜିଲାପାଳ, ଉପଜିଲାପାଳ, ବ୍ଲକ, ତହସିଲ ଏବଂ ବୁଥ୍‌ସ୍ତରୀୟ କାର୍ଯ୍ୟାଳୟକୁ ବିଜ୍ଞପ୍ତି ଜାରି କରାଯାଇଛି।
୨୦୨୩ ଜାନୁୟାରୀ ୫ରେ ପ୍ରକାଶ ପାଇଥିବା ଭୋଟର ତାଲିକା ଅନୁଯାୟୀ ରାଜ୍ୟରେ ମୋଟ୍‌ ୩୭,୬୦୬ ବୁଥ୍‌ ସଂଖ୍ୟା ରହିଥିଲା। ଜିଲାପାଳମାନଙ୍କ ପ୍ରସ୍ତାବ ଅନୁଯାୟୀ ବୁଥ୍‌ ସଂଖ୍ୟା ବଢ଼ି ୩୭,୮୦୯ରେ ପହଞ୍ଚିଛି। ସେହିଭଳି ମହିଳା ଭୋଟରଙ୍କ ହାର ସର୍ବାଧିକ ବଢ଼ିଛି। ରାଜ୍ୟରେ ପୁରୁଷ ଓ ମହିଳା ଭୋଟରଙ୍କ ହାର ବଢ଼ି ହଜାରେ ପୁରୁଷରେ ମହିଳା ଭୋଟରଙ୍କ ସଂଖ୍ୟା ୯୬୧ରୁ ବଢ଼ି ୯୬୩ରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *