ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ହେଉଛି ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଆଦିପୀଠ । ଯେଉଁ ପବିତ୍ର ମାଟିରେ ଉତ୍କଳ ଭାରତୀ ମା ସାରଳା ଠାକୁରାଣୀ ବିରାଜମାନ , ଯେଉଁ ମାଟିରେ ଓଡ଼ିଆ ଭାଷା ସାହିତ୍ୟ ର ପ୍ରାଣ ପ୍ରତିଷ୍ଠାତା ଆଦିକବି ସାରଳା ଦାସ ଜନ୍ମଲାଭ କରି ଆମ ଓଡ଼ିଶା ଏବଂ ଓଡ଼ିଆ ଜାତି କୁ ବିଶ୍ୱରେ ପରିଚିତ ଓ ପ୍ରତିଷ୍ଠିତ କରିଛନ୍ତି , ସେହି ପୁଣ୍ୟମାଟି କୁ କୋଟି କୋଟି ପ୍ରଣାମ ବୋଲି , ତିର୍ତ୍ତୋଲ ଜୟପ୍ରକାଶ ମଇଦାନ ରେ , କୁମରୋତ୍ସବ ସମିତି ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆୟୋଜିତ ସଭାରେ ଯୋଗ ଦେଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତପ୍ରକାଶ କରିଅଛନ୍ତି । ଅନୁଷ୍ଠାନର ସଭାପତି ବିମଲ୍ ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥି ରାଜ୍ୟ ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି , ମୁଖ୍ୟବକ୍ତା ଡକ୍ଟର ଅଶୋକ କୁମାର ମହାପାତ୍ର ଓ ସମ୍ମାନୀତ ଅତିଥି ଭାବେ ଏରସମା ବାଲିକୁଦା ବିଧାୟକ ରଘୁନନ୍ଦନ ଦାସ , ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ , ଜିଲ୍ଲା ବିଜେଡ଼ି ସଭାପତି ରବିନାରାୟଣ ଜେନା , ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର , ହାସ୍ୟାଭିନେତା ଗୁଡୁ ଓ ପୂର୍ବତନ ଆତ୍ମାଅଧ୍ୟକ୍ଷ ବସନ୍ତ କୁମାର ମହାପାତ୍ର ମଞ୍ଚାସିନ ହୋଇ ତିର୍ତ୍ତୋଲ କୁମାରୋ ତ୍ସବ ସମିତି ର ଯୁଗାନ୍ତକାରୀ ଗାରିମାମୟ ଇତିହାସର ସ୍ମୃତି ଚାରଣ କରି , ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।
ସମିତିର ଉପଦେଷ୍ଟା ସାମ୍ବାଦିକ ବିଭୂତି ଭୂଷଣ ବିଶ୍ୱାଳ ନିମନ୍ତ୍ରିତ ଅତିଥି ମାନଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିବା ବେଳେ , ମୁକବଧିର କଳାକାର ମାନଙ୍କ ଦ୍ବାରା ପରିବେଷିତ ନୃତ୍ୟ ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ବିଭୋର କରିଥିଲା ।ସ୍ଥାନୀୟ କଳାକାର ମାନଙ୍କ ଦ୍ବାରା ରଙ୍ଗା ରଙ୍ଗ କାର୍ଯ୍ୟକ୍ରମ ଓ ନରେନ୍ଦ୍ରପୂର୍ ର ଯୋଡ଼ି ଶଙ୍ଖ ନୃତ୍ୟ ସମସ୍ତଙ୍କ ପାଇଁ ବେଶ ଉପଭୋଗ୍ୟ ହୋଇଥିଲା ।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ ସଫଳତା ଅର୍ଜନ କରିଥିବା ବ୍ୟକ୍ତିବିଶେଷ ଓ କଳାକାର ମାନଙ୍କୁ ମଧ୍ୟ ପୁରସ୍କୃତ, ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିବାର ଦେଖିବାକୁ ମିଳିଥିଲା ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସମିତି ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ପରିଚାଳନା କରିବା ରେ ସକ୍ରିୟ ସହଯୋଗ କରିଥିଲେ