ଭାରତବର୍ଷରେ ସାରଳା ଦାସ ଆଞ୍ଚଳିକ ଭାଷାରେ ମହାଭାରତ ରଚନା କରିଥିଲେ – ଧର୍ମେନ୍ଦ୍ର ପ୍ରଧାନ

ରାଜ୍ୟ
Share

ତିର୍ତ୍ତୋଲ :  ଯେତେବେଳେ ସଂସ୍କୃତ ରଚନା ପରେ ଅନ୍ୟକୌଣସି ଆଞ୍ଚଳିକ ଭାଷାରେ ମହାଭାରତ ରଚିତ ହୋଇନଥିଲା ଠିକ୍ ସେତିକି ବେଳେ ଏହି ମାଟିର ମହାକବି ସାରଳା ଦାସ ସର୍ବପ୍ରଥମେ , ଆମ ଭାଷା ସାହିତ୍ୟ ର ଆହ୍ବାନ କୁ ଗ୍ରହଣ କରି ଓଡିଆ ଜାତିର ମହାକାବ୍ୟ ମହାଭାରତ ରଚନା କରିଥିଲେ। ତାଙ୍କର ଇଷ୍ଟଦେବୀ ମା ସାରଳା ହେଉଛନ୍ତି ଶକ୍ତି ଓ ସାରସ୍ଵତ ର ସମନ୍ୱିତ । ଆଜି ସେଇ ମାଆଙ୍କ ଇଚ୍ଛାରେ ହିଁ ମୁଁ ଏହି କୁମାରୋତ୍ସବ ରେ ଯୋଗଦେବାର ସୌଭାଗ୍ୟ ଲାଭ କରିଛି। ବିଶେଷକରି ସାରଳା ଘଟନୃତ୍ୟ ଦର୍ଶନ କରି ମୁଁ ଅତ୍ୟନ୍ତ ଆନନ୍ଦିତ ଓ ବିମୋହିତ । ଏହି ଅପୂର୍ବ ଘଟନୃତ୍ୟ କୁ ଆମକୁ ଆନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇ ପାରିଲେ ଆମ କଳା ସଂସ୍କୃତି ର ବିକାଶ ହୋଇପାରିବ । ତିର୍ତ୍ତୋଲ କୁମାରୋତ୍ସବ ସମିତି ନୀରବଛିନ୍ବ ଭାବରେ ଦୀର୍ଘ ୫୦ ବର୍ଷ ଧରି ଏପରି ଏକ ମହାନ୍ ସାଂସ୍କୃତିକ ପରମ୍ପରା କୁ ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖି ଥିବାରୁ ଏହି ଅନୁଷ୍ଠାନ କୁ ଏକ କର୍ମଶାଳା ରେ ପରିଣତ କରିବାକୁ ପଡ଼ିବ ବୋଲି , ଗତ କୁମାର ପୂର୍ଣ୍ଣମୀ ଦିନ ମୁଖ୍ୟଅତିଥି ଭାବେ ଯୋଗଦେଇ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମବେତ ଜନତା କୁ ଅବେଗପୂର୍ଣ୍ଣ ଆହ୍ବାନ ଦେଇଥିଲେ।

b4ffe8bc-039c-4ea6-835f-8dba6f19c449 41cd0f11-4b5b-4f8c-9ced-63c4d7fc5c48

ସମିତିର ସଭାପତି ବିମଳକାନ୍ତ ମହାପାତ୍ର ଙ୍କ ସଭାପତିତ୍ବରେ ଆୟୋଜିତ ଏହି ସୁବର୍ଣ୍ପ ଜୟନ୍ତୀ ଉତ୍ସବରେ ମୁଖ୍ୟବକ୍ତା କିଶୋରନଗର କଲେଜ ଅଧ୍ୟକ୍ଷ ସାରଦା ପ୍ରସନ୍ନ ମହାପାତ୍ର ଓ ସ୍ଵତନ୍ତ୍ର ଅତିଥି ଭାବେ ମାହାଙ୍ଗା ବିକାଶ ପରିଷଦ ଅଧ୍ୟକ୍ଷ ସାରଦା ପ୍ରଧାନ ଙ୍କ ସମେତ ସମ୍ମାନିତ ଅତିଥି ଭାବେ ଆଇନଜୀବି ରାଜକିଶୋର ବେହେରା , ପୁର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ , ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ର , ଯୁବନେତା ସମ୍ପଦ ସ୍ୱାଇଁ , ସାହିତ୍ୟିକା ରଶ୍ମୀ ମିଶ୍ର ପ୍ରମୁଖ ଯୋଗଦେଇ ଓଡ଼ିଶାର ଐତିହ୍ୟ ସଂସ୍କୃତି ଓ ପରମ୍ପରା ର ସ୍ମୃତି ଚାରଣ କରିବା ସହିତ ତିର୍ତ୍ତୋଲ ଅଞ୍ଚଳର ସର୍ବପ୍ରାଚୀନ ସାଂସ୍କୃତିକ ଅନୁଷ୍ଠାନ କୁମାରୋତ୍ସବ ସମିତି ର ସୁବର୍ଣ୍ଣ ଜୟନ୍ତୀ ଉପଲକ୍ଷେ ଆୟୋଜିତ ବିଭିନ୍ନ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସାରସ୍ଵତ ସାଧନା , କଳା , ସାହିତ୍ୟ , ନୃତ୍ୟ, ସଙ୍ଗୀତ ଓ ସମାଜସେବା କ୍ଷେତ୍ରରେ ଦକ୍ଷତା ,ପାରଦର୍ଶିତା ଓ ସଫଳତା ଅର୍ଜନ କରିଥିବା କୃତିବିତ୍ ମାନଙ୍କୁ ଉତ୍ତରୀୟ ମାନପତ୍ର ପୁଷ୍ପଗୁଛ ଓ ସିଲ ଟ୍ରଫି ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ପାଦକ ନରେଶ ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ , ମୁଖ୍ୟଉପଦେଷ୍ଟା ସାମ୍ବାଦିକ ବିଭୂତି ଭୂଷଣ ବିଶ୍ୱାଳ ଅନୁଷ୍ଠାନର ପ୍ରତିଷ୍ଠା କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କ ସ୍ମୃତି ଚାରଣ କରିଥଲେ । ସମିତିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *