ତିର୍ତ୍ତୋଲ ନେହେରୁବଜାର ଗଜଲକ୍ଷ୍ମୀ ପୂଜା ମହୋତ୍ସବର ସପ୍ତମ ସନ୍ଧ୍ୟା

ରାଜ୍ୟ
Share

ଝଙ୍କଡ଼ (୩/୧୧) ତିର୍ତ୍ତୋଲ ନେହେରୁ ବଜାର ସ୍ଥିତ ମା ଗଜଲକ୍ଷ୍ମୀ ଙ୍କ ପୂଜା ମହୋତ୍ସବ ୨୦୨୩ ର ସପ୍ତମ ସନ୍ଧ୍ୟା ରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପୂଜାକମିଟି ର ସଭାପତି ନରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଆଇନଜୀବି ରାଜକିଶୋର ବେହେରା ଯୋଗଡେଇ ଥିବା ବେଳେ , ବିଜେପି ମିଡ଼ିଆ ସେଲ ର ଅଧ୍ୟକ୍ଷ ଗଣେଶ ପ୍ରାସାଦ ମହାନ୍ତି , ଜଗତସିଂହପୁର ଲୋକସଭା ବିସ୍ତାରି ତ୍ରିନାଥ ବରାଳ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ, ବିଭିନ୍ନ ପୂଜା ଓ ସାଂସ୍କୃତିକ ଉତ୍ସବ ଆମ ମଧ୍ୟରେ ଆକାତ୍ମବୋଧ ଭାବ ସୃଷ୍ଟି କରିବା ସହିତ, ଆଧ୍ୟାତ୍ମିକ ଚେତନା କୁ ଜାଗ୍ରତ କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।

ସମ୍ପାଦକ ବଟକୃଷ୍ଣ ଦାସ ସଭା ପରିଚାଳନା କରିଥିବା ବେଳେ,ଉପସଭାପତି ନରେଶ ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। କୁନି ନୃତ୍ୟଶିଳ୍ପୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ଓଡ଼ିଶୀ ନୃତ୍ୟ ପରିବେଷଣ କରି ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ , ନେହେରୁ ବଜାର ର ଖ୍ୟାତନାମା ବ୍ୟବସାୟୀ ଧୁନ ଚରଣ ଜେନା ଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନ ର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *