ଝଙ୍କଡ : ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ଜନକଲ୍ୟଣ ସେବା ସମବାୟ ସମିତିରେ ୭୦ ତମ ସମବାୟ ସପ୍ତାହ ପାଳନ ଉପଲକ୍ଷେ ଚାଷୀମେଳା ଓ ଆଲୋଚନା ଚକ୍ର, ଗତ ଶିଶୁଦିବସ ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସମିତିର ସଭାପତି ଅଜୟ କୁମାର ରାଉଳ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ , ସମ୍ପାଦକ ପରମାନନ୍ଦ ଦାସ , ପୁର୍ବତନ ସରପଞ୍ଚ ବିଜୟ ନାୟକ, ସର୍ବେଶ୍ଵର ଭଟ୍ଟ , ନିରଞ୍ଜନ ରାଉଳ , ନୃସିଂହ ଚରଣ ଲେଙ୍କା , ରମେଶ ଚନ୍ଦ୍ର ରାଉଳ , ସୁରେଶ କୁମାର ଦାସ , ପ୍ରଭାତ ରାଉଳ , ବିଭୁଦତ୍ତ୍ ମହାନ୍ତି , କ୍ଷୀରୋଦ କୁମାର ସେଠୀ , ମନୋଜ କୁମାର ଦାସ, ସାୟକ୍ ରସୁଲ , ଦୁର୍ଗାଦତ୍ତ ମହାନ୍ତି ,ଓ ଶିବେନ୍ଦ୍ର ଖୁଣ୍ଟିଆ ପ୍ରମୁଖ ଯୋଗଦେଇ , ଗ୍ରାମୀଣ ଅର୍ଥନୀତିର ବିକାଶ , ଚାଷୀ , ମହିଳାଙ୍କ ଠାରୁ ଆରମ୍ଭ କରି ସମାଜର ସବୁ ବର୍ଗର ଲୋକଙ୍କ ପାଇଁ ଏହି ସମବାୟ ସମିତି ଉଲ୍ଲେଖନିୟ ସଫଳତା ଅର୍ଜନ କରିଆସିଛି ବୋଲି ବିଭିନ୍ନ ନଜିର୍ ଦେଇ ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସହସମ୍ପାଦକ ପ୍ରକାଶ ଚନ୍ଦ୍ର ଦାସ , ଡିଓ ଚିରଞ୍ଜିବୀ ରାଉଳ , ଲେଜର କ୍ଲର୍କ ଶୁଭକାନ୍ତ ବେହେରା: ସହକାରୀ ଡିଓ ରାଜେଶ୍ କୁମାର ସାହୁ ଙ୍କ ସହିତ ଉପସ୍ଥିତ ଚାଷୀ ଭାଇମାନେ , ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା , ଖୁବଶିଘ୍ର ରାଜ୍ୟ ସରକାରଙ୍କ ବିଭାଗୀୟ ଆର୍ଥିକ ଅନୁଦାନ ରେ ଏହି ସମବାୟ ସମିତିର ନବୀକରଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ବୋଲି ,ସମବାୟ ସମିତିର ସଭାପତି ଅଜୟ କୁମାର ରାଉଳ ସୂଚନା ପ୍ରଦାନ କରି ଅଛନ୍ତି !