ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁର ଗ୍ରାମ ପଞ୍ଚାୟତ ଆନୁକୂଲ୍ୟରେ ଗତ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ଠାରୁ ଆରମ୍ଭ ହୋଇଥିବା ଝଙ୍କଡ଼ ବୋଇତ ବନ୍ଦାଣ ଉତ୍ସବ ର ଉଦଯାପନୀ ସନ୍ଧ୍ୟାରେ , ମୂଖ୍ୟଅତିଥି ଭାବେ ଯୋଗଦେଇ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡୁ କହିଲେଯେ, ସମ୍ପ୍ରତି ପା ଶ୍ଚ୍ୟାତ ସଭ୍ୟତା ର ଗ୍ରାସରୁ , ଆମେ ଆମର ଜାତୀୟ ପରମ୍ପରା କୁ ବଜାୟ ରଖିବା ଆବଶ୍ୟକ। ମାନ୍ୟବର ମନ୍ତ୍ରୀ ଏଠାରେ ପହଞ୍ଚିବା ପରେ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ମନ୍ଦିରର ପଣ୍ଡା ସେବକ ମାନେ, ତାଙ୍କୁ ମନ୍ଦିର କିଛି ଅଭାବ ଅସୁବିଧା ଓ ସମାସ୍ୟା ସମ୍ପର୍କରେ ଅବଗତ କରାଇଥିଲେ । ମନ୍ତ୍ରୀ ସଙ୍ଗେ ସଙ୍ଗେ ତିର୍ତ୍ତୋଲ ତହସିଲଦାର୍, ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଜଗତସିଂହପୁର ଜିଲ୍ଲାପାଲ ଙ୍କ ସହିତ ଯୋଗାଯୋଗ କରି ଏହାର ଆଶୁସମାଧାନ ନିମନ୍ତେ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ । ତେବେ ବୋଇତ ବନ୍ଦାଣ ଉତ୍ସବ ରେ ମଧ୍ଯ ସେ ଏ ବିଷୟରେ ସୂଚନା ଦେଇ ଥିଲେ ।
ଯୁବସମାଜସେବୀ ଅଶୋକ କୁମାର ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି ଉତ୍ସବରେ ପୁର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ , ଆଇନଜୀବୀ ରାଜକିଶୋର ବେହେରା , ଯୁବନେତା ସମ୍ପଦ ସ୍ୱାଇଁ , ପାରାଦୀପ ବନ୍ଦରର ପୂର୍ବତନ ଟ୍ରଷ୍ଟି ପ୍ରତାପ ମିଶ୍ର , ଜିଲ୍ଲା ବିଜେପି ର ପ୍ରଭାରୀ ପବିତ୍ର ଶୋଭନ ଦାଶ , ଜିଲ୍ଲା ଭାଜପାର ଯୁବମୋର୍ଚ୍ଚା ସଭାପତି ସୁଧୀର ମଲ୍ଲିକ ଓ କନକପୁର ସରପଞ୍ଚ ରେବତୀ ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଉତ୍କଳର ପ୍ରାଚୀନ ନୌବାଣିଜ୍ୟ ଓ ବୋଇତ ବନ୍ଦାଣର ଇତିବୃତି କୁ ବର୍ଣ୍ଣନା କରି ନିଜ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଝଙ୍କଡ଼ ସାରଳାପୀଠ କୁ ଜାତୀୟ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ ଓ ସାରଳା ଦାସ ସରୋବର (ପଟ୍ଟନାକିଆ ପୋଖରୀ) ର ଉନ୍ନତିକରଣ ନିମନ୍ତେ ଆୟୋଜକ ଅଶୋକ କୁମାର ମହାନ୍ତି ମନ୍ତ୍ରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ମୁଖ୍ୟଅତିଥି ଙ୍କ ଦ୍ଵାରା ସ୍ଥାନୀୟ ନୃତ୍ୟଶିଳ୍ପୀ ଓ କଳାକାର ମାନଙ୍କୁ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ମାନସରଞ୍ଜନ ମଙ୍ଗରାଜ ମଞ୍ଚ ପରିଚାଳନା କରିଥିବା ବେଳେ ,ପରିଶେଷରେ ସର୍ବେଶ୍ଵର ଭଟ୍ଟ ଧନ୍ୟବାଦ ଅର୍ପଣ କରିଥିଲେ । ଦୀର୍ଘ ତିନିଦିନ ଧରି ଏହି ସାରସ୍ଵତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ରଜନୀକାନ୍ତ ରାଉଳ , ପ୍ରକାଶ ଚନ୍ଦ୍ର ସିଂହ , ଶଶୀଭୂଷଣ ଦାସ, ସୁରେନ୍ଦ୍ର ବିଶ୍ବାଳ , ମନୋଜ ଦାସ , ଲଳିତ ମହାନ୍ତି , ତାପସ ମଲ୍ଲିକ, କଲ୍ପନା ରାଉଳ , ଅଭିସ୍ମିତା ମହାନ୍ତି , ପ୍ରଦୀପ୍ତ ବେହେରା , ଅଗ୍ନୀକାନ୍ତ ସାହୁ , ରୁଦ୍ରପ୍ରସାଡ ରାଉଳ, ବିଜୟ କୁମାର ସାହୁ , ଜୟନ୍ତ କୁମାର ସାହୁ ଓ ଅରୁଣ ମହାପାତ୍ର ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା