ଏବେ ୨୭ ବଦଳରେ ୧୫ ମିନିଟରେ ଦୁର୍ଘଟଣାସ୍ଥଳରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ

ରାଜ୍ୟ
Share

ambulance-750x430

ଭୁବନେଶ୍ୱର: ଶୁନ୍ୟ ମୃତ୍ୟୁ ସପ୍ତାହରେ ରାଜ୍ୟରେ ଦୁର୍ଘଟଣାଜନିତ ବଢୁଥିବା ମୃତ୍ୟୁକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅତିରିକ୍ତ ଡିଏମଇଟି ଉମାକାନ୍ତ ଶତପଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଆଜି ସମୟରେ ଯଦି ୧୦୦୦ ଦୁର୍ଘଟଣା ହୁଏ, ସେଥିମଧ୍ୟରୁ ୪୮ ପ୍ରତିଶତ ଅର୍ଥାତ ୪୮୦ ମୃତ୍ୟୁ ହେଉଛି। କିନ୍ତୁ ଏଥିରେ ବିଶେଷ ଭାବରେ ଯୁବ ବର୍ଗ ରହୁଛନ୍ତି। କିପରି ଏମାନଙ୍କ ଜୀବନକୁ ବଞ୍ଚା ଯାଇପାରିବ ସ୍ୱାସ୍ଥ୍ୟ ବିଭାଗ ତା ଉପରେ ଗୁରୁତ୍ୱ ଦେଉଛି। ତେଣୁ ଲୋକଙ୍କୁ ସଚେତନ କରିବା ପାଇଁ ଅନେକ କାର୍ଯ୍ୟକ୍ରମ କରାଯାଉଛି।
ଉମାକାନ୍ତ ଶତପଥୀ ଆହୁରି କହିଛନ୍ତି, ବର୍ତ୍ତମାନ ସମୟରେ ଦୁର୍ଘଟଣାସ୍ଥଳକୁ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ୨୭ ମିନିଟ ସମୟ ଲାଗୁଛି। ଆମ ପାଖରେ ସରକାରୀ ଓ ବେସରକାରୀ ଭାବେ ୫୪୩୯ଟି ଆମ୍ବୁଲାନ୍ସ ଅଛି। ଏବେ ୩୪୯ ନୂଆ ଆମ୍ବୁଲାନ୍ସ ଦିଆଯାଇଛି। ତେଣୁ ଏବେ ୨୭ ମିନିଟ ବଦଳରେ ୧୫ ମିନିଟରେ ଆମ୍ବୁଲାନ୍ସ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ରାଜ୍ୟର ୧୮ ଟି ବେସରକାରୀ ହସ୍ପିଟାଲରେ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ବ୍ୟବସ୍ଥା କରାଯାଇଛି। ଏଥିମଧ୍ୟରୁ ରାଜ୍ୟ ଭିତରେ ୧୬ ଓ ବାହାରେ ୨ଟି ହସ୍ପିଟାଲ ରହିଛି। ତେଣୁ ଦୁର୍ଘଟଣା ହେବା ମାତ୍ରେ ସେ ହସ୍ପିଟାଲକୁ ନେଲେ ମାଗଣା ଚିକିତ୍ସା ମିଳିପାରିବ। ଏହାକୁ ନେଇ ଲୋକଙ୍କୁ ସଚେତନ କରାଯାଇଛି। ରାଜ୍ୟରେ ଏବେ ୧୯୫ଟି ବ୍ଲାକ ସ୍ପଟ ରହିଛି। ସେହି ଜାଗାରେ ହିଁ ଆମ୍ବୁଲାନ୍ସକୁ ରଖା ଯାଉଛି। ସ୍ୱାସ୍ଥ୍ୟ ବିଭାଗ ସବୁବେଳେ ଦୁର୍ଘଟଣାଜନିତ ଘଟଣାକୁ ଗୁରୁତ୍ବର ସହ ନେଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି।

Leave a Reply

Your email address will not be published. Required fields are marked *