ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ

ଦେଶବିଦେଶ
Share

ragh

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ସାଂସଦ ରାଘବ ଚଢ଼ାଙ୍କ ନିଲମ୍ବନକୁ ପ୍ରତ୍ୟାହାର କଲେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର। ୧୧୫ଦିନ ପରେ ଆଜି ରାଘବଙ୍କ ନିଲମ୍ବନ ପ୍ରତ୍ୟାହାର କରାଯାଇଛି।

ଆପ୍‌ ସାଂସଦ ରାଘବ ଚଢ଼ାଙ୍କୁ ରାଜ୍ୟସଭାରୁ ଗତ ଅଗଷ୍ଟ ୧୧ ତାରିଖରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ କରାଯାଇଥିଲା। କେନ୍ଦ୍ର ସରକାର ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀ (ସଂଶୋଧନ) ବିଲ୍‌ ୨୦୨୩କୁ ଯାଞ୍ଚ କରିବା ପାଇଁ ଏକ ପ୍ରସ୍ତାବିତ ସିଲେକ୍ଟ କମିଟିର ସଦସ୍ୟଭାବେ ସେ ଯେଉଁ କେତେଜଣ ସାଂସଦଙ୍କ ନାମ ଦେଇଥିଲେ ସେମାନଙ୍କର ଅନୁମତି ପୂର୍ବରୁ ନେଇ ନଥିଲେ। ଏଥିପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ହେଲେ ଆଜି ରାଜ୍ୟସଭାରେ ବିଜେପି ସାଂସଦ ନରସିଂହ ରାଓ ରାଘବଙ୍କୁ ମିଳିଥିବା ଦଣ୍ଡ ପ୍ରତ୍ୟାହାର କରିବାକୁ ପ୍ରସ୍ତାବ ଦେଇଥିଲେ। ରାଘବ କରିଥିବା ଭୁଲ ପାଇଁ ତାଙ୍କୁ ଯଥେଷ୍ଟ ଦଣ୍ଡ ମିଳିସାରିଛି। ଏବେ ତାଙ୍କର ନିଲମ୍ବନ ପ୍ରତ୍ୟାହାର କରାଯାଉ ବୋଲି ବିଜେପି ସାଂସଦ ପ୍ରସ୍ତାବ ଦେବା ପରେ ଏହାକୁ ଗ୍ରହଣ କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର।

ନିଲମ୍ବନ ହଟିବା ପରେ ରାଘବ କହିଛନ୍ତି, “ଏହି ୧୧୫ଦିନର ନିଲମ୍ବନ ସମୟରେ, ମୁଁ ଆପଣଙ୍କଠାରୁ ବହୁତ ଭଲପାଇବା ଏବଂ ଆଶୀର୍ବାଦ ପାଇଛି। ଆପଣ ସମସ୍ତେ ମୋତେ ଲଢ଼ିବାକୁ ସାହସ ଦେଇଛନ୍ତି। ନିଲମ୍ବନ ପ୍ରତ୍ୟାହାର କରିଥିବାରୁ ମୁଁ ସୁପ୍ରିମକୋର୍ଟ ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖରଙ୍କୁ ଧନ୍ୟବାଦ ଜଣାଉଛି।”​

Leave a Reply

Your email address will not be published. Required fields are marked *