ମା’ଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଯାଇଥିବା ବେଳେ ଜଳବନ୍ଦୀ ହୋଇଥିଲେ ଆମୀର ଖାନ୍

ଦେଶବିଦେଶ
Share

Untitled-9

ଚେନ୍ନାଇ: ସାଇକ୍ଲୋନ୍‌ ‘ମିଗଜୋମ୍‌’ ଚେନ୍ନାଇରେ ହଇଚଇ ସୃଷ୍ଟି କରିଛି। ଗତ ଦୁଇ ଦିନ ହେବ ବାତ୍ୟା ପ୍ରଭାବରେ ହନ୍ତସନ୍ତ ‌ହେଉଛନ୍ତି ସହରବାସୀ। ନିକଟରେ କାରପକ୍କମ୍‌ରେ ଫଶି ରହିଥିବା ଅଭିନେତା ବିଷ୍ଣୁ ବିଶାଲଙ୍କୁ ଅଗ୍ନିଶମ ବିଭାଗୀୟ କର୍ମଚାରୀ ଉଦ୍ଧାର କରିଛନ୍ତି। ଏକ ଏକ୍ସ ପୋଷ୍ଟ୍‌ ଜରିଆରେ ଅଭିନେତ‌ା ଏହି ତଥ୍ୟ ସେୟ‌ାର୍‌ କରିଥିବା ବେଳେ ତାଙ୍କ ସହ ଫଟୋରେ ସୁପର୍‌ଷ୍ଟାର୍‌ ଆମୀର ଖାନ୍‌ ବି ନଜର ଆସିଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ଯେ ବନ୍ୟାରେ ଆମୀର ବି ଫଶି ରହିଥିଲେ।

ଚେନ୍ନାଇରେ ‘ମିଗଜୋମ୍‌’ କାରଣରୁ ବନ୍ୟା ପରିସ୍ଥିତି ଉପୁଜିଛି। ଏହି ବନ୍ୟାରେ ଫଶି ଉଦ୍ଧାର ହେବା ପରେ ବିଷ୍ଣୁ ବିଶାଲ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି। ସେ ଦୁଇଟି ଫଟୋ ସେୟାର କରିଥିଲେ, ଯେଉଁଠାରେ ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଡଙ୍ଗା ନିୟୋଜିତ କରାଯାଇଥିଲା। ଚିତ୍ରଗୁଡ଼ିକରେ ଆମୀର ଖାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ତାଙ୍କ ସହ ବିଷ୍ଣୁ ବିଶାଲଙ୍କ ପତ୍ନୀ ତଥା ବ୍ୟାଡମିଣ୍ଟନ ଖେଳାଳି ଜୱାଲା ଗୁଟ୍ଟାଙ୍କୁ ମଧ୍ୟ ଦେଖିବାକୁ ମିଳିଛି।

ଫଟୋ ସେୟାର କରି ବିଶାଲ ଲେଖିଛନ୍ତି, “ଆମ ଭଳି ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରିଥିବାରୁ ଅଗ୍ନିଶମ ଏବଂ ଉଦ୍ଧାର ବିଭାଗକୁ ଧନ୍ୟବାଦ। କାରପକ୍କମ୍‌ରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପୂର୍ବରୁ ୩ ଟି ଡଙ୍ଗା କାମ କରୁଛି। ଏଭଳି ସମୟରେ ତାମିଲ୍‌ନାଡୁ ସରକାର ମହତ୍ବପୂର୍ଣ୍ଣ କାର୍ଯ୍ୟ କରୁଛନ୍ତି। ଧନ୍ୟବାଦ ସମସ୍ତ ପ୍ରଶାସନିକ ବ୍ୟକ୍ତିଙ୍କୁ, ଯେଉଁମାନେ ଅକ୍ଲାନ୍ତ ପରିଶ୍ରମ କରିଛନ୍ତ।’’ ଉଲ୍ଲେଖଯୋଗ୍ୟ, ଆମୀର ତାଙ୍କ ମାଆଙ୍କ ଜିନତ ହୁସେନ୍‌ଙ୍କ  ଚିକିତ୍ସା ପାଇଁ ଅକ୍ଟୋବରରେ ଚେନ୍ନାଇକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିନେତାଙ୍କ ମା ଚେନ୍ନାଇରେ ଘରୋଇ ଡାକ୍ତରୀ ଚିକିତ୍ସାରେ ଅଛନ୍ତି।

Leave a Reply

Your email address will not be published. Required fields are marked *