ସାରଦା ଏକାଡେମୀର ୧୯୮୯ ବ୍ୟାଚର ବନ୍ଧୁମିଳନ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

ରାଜ୍ୟ
Share

ଝଙ୍କଡ଼  : ବାଣୀକ୍ଷେତ୍ର ଝଙ୍କଡ଼ ସାରଳାପୀଠ କନକପୁର ସ୍ଥିତ ସାରଦା ଏକାଡେମୀର ୧୯୮୯ ବର୍ଗର ପୁରାତନ ଛାତ୍ରଛାତ୍ରୀମାନଙ୍କର ଏକ ଅପୂର୍ବ ବନ୍ଧୁମିଳନ ଓ ପୂଜ୍ୟପୂଜା ସମ୍ବର୍ଦ୍ଧନା ଉତ୍ସବ ରବିବାର ଦିନ ଏକାଡେମୀ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। କଟକ ରାଧେରାଧେ ଆଶ୍ରମର ସାଧୁସନ୍ଥ ମହାତ୍ମାମାନଙ୍କ ଦ୍ଵାରା ଏହି ସାରସ୍ଵତ ସମାରୋହ ଉଦଘାଟିତ ହେବାପରେ ଯୁବସଙ୍ଗୀତ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଆୟୋଜିତ ସଭା ଆରମ୍ଭରେ ଦିବଂଗତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସହପାଠୀମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଥିଲା।

ସମ୍ମାନୀତ ଅତିଥିଭାବେ ପୂଜ୍ୟଗୁରୁ ସମରେନ୍ଦ୍ର ସିଂହ, ପଣ୍ଡିତ ଭାସ୍କର ଚନ୍ଦ୍ର ଶତପଥୀ, କାହ୍ନୁ ଚରଣ ଦାସ ଓ ଶ୍ରୀବତ୍ସ ଆଚାର୍ଯ୍ୟଙ୍କ ସମେତ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ପ୍ରମୁଖ ଯୋଗଦେଇ ଦୀର୍ଘ ୩୪ ବର୍ଷ ପରେ ୧୯୮୯ ବର୍ଗର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବାରୁ ଆୟୋଜକ ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ଏହି ଅବସରରେ ନିମନ୍ତ୍ରିତ ପ୍ରାକ୍ତନ ଶିକ୍ଷକମାନଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା, ଏହି ସମସ୍ତ କାର୍ଯ୍ୟକ୍ରମକୁ ଅରବିନ୍ଦ ଲେଙ୍କା, ନୃସିଂହ ଚରଣ ରାଉଳ, ଯୁଗଳ କିଶୋର ଖୁଣ୍ଟିଆ, ରମେଶ ଚନ୍ଦ୍ର ମହାରଣା, କ୍ରିଷ୍ଣା ମହାନ୍ତି, ନରେନ୍ଦ୍ର ବେହେରା,ପ୍ରଭାକର ସାହୁ,ଡଃ ନମିତା ପଣ୍ଡା,ବିଜୟ କୁମାର ରାଉଳ,  ଅରକ୍ଷିତ ରାଉଳ, ନିର୍ମଲେନ୍ଦୁ ସୋମ, ଓ ସଞ୍ଜୀବ କୁମାର ବେହେରା ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ,ପରିଶେଷରେ ନୃସିଂହ ଚରଣ ରାଉଳ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *