ଭୁବନେଶ୍ୱର ବିମାନ ବନ୍ଦରରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି, ରିପୋର୍ଟ ଅନୁସାରେ ଓଡ଼ିଶାରେ ବିଧିଵ୍ୟଵସ୍ଥା କିଛି ଭଲ ନାହିଁ। ଲୋକେ ଭୟର ବାତାବରଣରେ ରହୁଛନ୍ତି। ଓଡ଼ିଶାରେ ଯାହା ବି ବିକାଶ ହେଉଛି ତାହା କେନ୍ଦ୍ରର ମୋଦୀ ସରକାରଙ୍କ ପାଇଁ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେଉଛନ୍ତି ବିକାଶର ଭଗୀରଥ। ପ୍ରଧାନମନ୍ତ୍ରୀଙ୍କ ଗରିବ କଲ୍ୟାଣ ଯୋଜନା ପାଇଁ ଦେଶରୁ ଗରିବୀ ବହୁତ କମିଛି। ବିକାଶର ଭଗୀରଥ ମୋଦୀଜିଙ୍କ ପାଇଁ ବିକାଶର ଗଙ୍ଗା ଗାଁ ଗାଁରେ ପହଞ୍ଚିଛି। ଦେଶର ଲୋକଙ୍କ ମନରେ ମୋଦୀଜି ଅଛନ୍ତି। ଗତ ନିର୍ବାଚନ ଅପେକ୍ଷା ୨୦୨୪ରେ ବିଜେପିକୁ ବହୁମତରେ ଲୋକେ ଆଶୀର୍ବାଦ କରିବେ।