ଝଙ୍କଡ଼ : ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ଓ ଚାରିଜଣ ଜିଲ୍ଲାପରିଷଦ ଙ୍କ ଅନୁପସ୍ଥିତ ଓ ଅସହଯୋଗ ସତ୍ତ୍ୱେ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଯୁବସଭାପତି ଇଂ ସୁମିତ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ , ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳାପୀଠ, କନକପୁର ସ୍ଥିତ ବସନ୍ତବଗିଚା ରେ, ଗତ ବୁଧବାର ଦିନ, ଓଡିଶା ମୋ ପରିବାର ଜୀବନବିନ୍ଦୁ ଅନିକୁଲ୍ୟରେ , ତିର୍ତ୍ତୋଲ ବ୍ଲକ ବିଜେଡି ଯୁବ ଛାତ୍ର ଜନତାଦଳ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଗତ ବର୍ଷ ୧୯୨ ୟୁନିଟ ରକ୍ତ ସଂଗ୍ରହ କରି, ସମଗ୍ର ଜିଲ୍ଲାରେ ଏକ ରେକଡ୍ ସୃଷ୍ଟି କରିଥିବା ବେଳେ, ଚଳିତ ବର୍ଷ ମଧ୍ୟ ସବୁ ପ୍ରତିକୂଳ ପରିସ୍ଥିତି ରେ ୯୧ ୟୁନିଟ ରକ୍ତ ସଂଗ୍ରହ କରି ସଫଳତା ଅର୍ଜନ କରିଛନ୍ତି ଇଂ ସୁମିତ ଦାସ ।
ପ୍ରତିଟି ରକ୍ତବିନ୍ଦୁ ମଣିଷର ଜୀବନ ରକ୍ଷାପାଇଁ ଅତ୍ୟନ୍ତ ଜରୁରୀ ଓ ମୂଲ୍ୟବାନ ବୋଲି, ଏହି ଶିବିର କୁ ଉଦ୍ଘଘାଟକ ଓ ମୁଖ୍ୟଅଟିଥି ଭାବେ ଯୋଗଦେଇ ତିର୍ତ୍ତୋଲ ବିଧାୟକ ଇଂ ବିଜୟ ଶଙ୍କର ଦାସ କହିଥିଲେ । ତାଙ୍କ ସହିତ ଜିଲ୍ଲା ଯୁବ ସଭାପତି ସୌମ୍ୟଜିତ ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସମ୍ବିତ ଲେଙ୍କା, ଛାତ୍ର ବ୍ଲକ ସଭାପତି କାଳନ୍ଦି ଦାସ, ବ୍ଲକ ଯୁବ ସଭାପତି ସୁଜିତ୍ ମହାନ୍ତି ଙ୍କ ସମେତ ଜିଲ୍ଲା ବିଜେଡ଼ି ର ବରିଷ୍ଟ ଉପସଭାପତି ବସନ୍ତ କୁମାର ମହାପାତ୍ର , ଗୋପାଳ ପୁର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ୱାଇଁ , କୋଷ୍ଟି ମଲ୍ଲିକା ପୁର ସରପଞ୍ଚ ବିଭୁ ପ୍ରସାଦ ମହାନ୍ତି , ରଶ୍ମୀ ରଞ୍ଜନ ରାଉଳ , ଦେବଦ୍ରଟ ବାରିକ , ନୃସିଂହ ଚରଣ ରାଉଳ , ରମେଶ ଚନ୍ଦ୍ର ରାଉଳ , ନରେନ୍ଦ୍ର ବାରିକ ଓ ପ୍ରଳୟ ରାଉଳ ପ୍ରମୁଖ ଏହି ରକ୍ତଦାନ ଶିବିର କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। କଟକର ରେଡକ୍ରସ ବିଭଗର ଅଭିଜ୍ଞ ଡାକ୍ତର ଓ ତାଙ୍କର ଟିମ୍ ଆଗ୍ରହୀ ଯୁବ ଛାତ୍ର ମାନଙ୍କ ଠାରୁ ରକ୍ତ ସଂଗ୍ରହ କରି ଥିବା ବେଳେ , ଶାରଳା ମନ୍ଦିରର ନବୀକରଣ କାର୍ଯ୍ୟରେ କାର୍ଯ୍ୟକରୁଥିବା ନିର୍ମାଣକାରୀ ସଂସ୍ଥା ଡାଇଭର୍ଶି ଫାଏଡ୍ ଏନୋର୍ଜି ସଲ୍ୟୁସନ୍ ପ୍ରାଇଭେଟ ଲିମିଟେଡ ର ପ୍ରୋଜେକ୍ଟ ମ୍ୟାନେଜର ବିରଞ୍ଚି ନାରାୟଣ ଜେନା ଓ ତାଙ୍କର ସହକର୍ମି ଇଂ ପ୍ରିୟଦର୍ଶୀ ସାଇଚନ୍ଦନ , ଇଂ ଅରୁଣ କୁମାର ନାୟକ , ଇଂ ହେମନ୍ତ କୁମାର ରାଉତରାୟ, ଇଂ ପ୍ରତୀକ ମହାନ୍ତି ଓ ଇଂ ବିକାଶ ଚନ୍ଦ୍ର ସେଠୀ ପ୍ରମୁଖ ସ୍ଵତଃପ୍ରବୃତ୍ତ ଭାବରେ ରକ୍ତଦାନ କରିବା ଘଟଣା କୁ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା ।