ନ୍ୟୁଜକ୍ଲିକ ମାମଲା: ରାଜସାକ୍ଷୀ ହେବେ ଏଚ୍‌ଆର ମୁଖ୍ୟ

ଦେଶବିଦେଶ
Share

HR_1703495172

ନ୍ୟୁଜକ୍ଲିକର ଏଚଆର ମୁଖ୍ୟ ଅମିତ ଚକ୍ରବର୍ତ୍ତୀ ରାଜସାକ୍ଷୀ ବନିବାକୁ ଚାହୁଁଛନ୍ତି। ସେ ତଦନ୍ତକାରୀ ସଂସ୍ଥାକୁ ମାମଲା ସହ କିଛି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସପକ୍ଷରେ ରହିଛନ୍ତି। ଏଥିପାଇଁ ସେ ଦିଲ୍ଲୀର ଗୋଟିଏ କୋର୍ଟରେ ଗୋଟିଏ ଆବେଦନ କରି ରାଜସାକ୍ଷୀ ବନିବାକୁ ରାଜି ଥିବା କହିଛନ୍ତି।

ନ୍ୟୁଜକ୍ଲିକ ପୋର୍ଟାଲ ଚାଇନିଜ ଏଜେଣ୍ଟମାନଙ୍କ ଠାରୁ ଟଙ୍କା ପାଉଥିଲା। ସେମାନଙ୍କ ଟଙ୍କାରେ ଭାରତ ବିରୋଧୀ ବିଷୟର ପ୍ରଚାର ପ୍ରସାର କରୁଥିଲା। ଏପରି କରି ଉକ୍ତ ନ୍ୟୁଜ ପୋର୍ଟାଲ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତା ପ୍ରତି ବିପଦ ସୃଷ୍ଟି କରୁଥିଲା ବୋଲି ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ୍‌ ଜୋରଦାର ତଦନ୍ତ କରିବା ସହ ନ୍ୟୁଜକ୍ଲିକର ସମ୍ପାଦକଙ୍କ ସହ ଅନେକ କର୍ମଚାରୀଙ୍କୁ ଗିରଫ କରିଛନ୍ତି।

ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଅମିତ ଚକ୍ରବର୍ତ୍ତୀ ମଧ୍ୟ ରହିଛନ୍ତି। ସେ ଦୀର୍ଘଦିନ ହେଲା ଜେଲର ୪ କାନ୍ଥ ମଧ୍ୟରେ ବନ୍ଦ ହୋଇ ରହିଥିବା ବେଳେ ଏବେ ମୁକୁଳିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ସ୍ୱତନ୍ତ୍ର ଜଜ ହରଦୀପ କୌରଙ୍କ ନିକଟରେ ଗୋଟିଏ ଆବେଦନ ଦାଖଲ କରିଛନ୍ତି। ସେ ତାଙ୍କ ଆବେଦନରେ କ୍ଷମା କରିବା ଦେବାକୁ ନିବେଦନ କରିଛନ୍ତି।

ଏଥିସହ ତାଙ୍କ ପାଖରେ ଅଭିଯୋଗ ସଂକ୍ରାନ୍ତରେ କିଛି ଦସ୍ତାବିଜ ରହିଛି। ଯାହାକୁ ସେ ଦିଲ୍ଲୀ ପୁଲିସ୍‌ ଆଗରେ ଆଗରେ ସାର୍ବଜନୀନ କରିବାକୁ ଚାହୁଁଛନ୍ତି। ତେଣୁ ତାଙ୍କୁ ଏହି ମାମଲାରେ ରାଜସାକ୍ଷୀ ଭାବେ ବିଚାର କରିବାକୁ ସେ କୋର୍ଟରେ ଗୋଟିଏ ଆବେଦନପତ୍ର ଦାଖଲ କରିଛନ୍ତି।

କିଛି ଦିନ ତଳେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଚକ୍ରବର୍ତ୍ତୀ ଓ ନ୍ୟୁଜକ୍ଲିକର ପ୍ରତିଷ୍ଠାତା ପ୍ରବୀର ପୁରକାୟସ୍ଥଙ୍କ ବିରୋଧରେ ତଦନ୍ତ ଶେଷ କରିବାକୁ ଅତିରିକ୍ତ ୬୦ ଦିନର ସମୟ ଦେଇଥିଲେ। କୋର୍ଟ ସମୟ ବିସ୍ତାର କରିବା ପରେ ଚକ୍ରବର୍ତ୍ତୀ ରାଜସାକ୍ଷୀ ହେବାକୁ ଆବେଦନ କରିଛନ୍ତି।

ଅକ୍ଟୋବର ମାସରେ ପୁଲିସ୍‌ ନ୍ୟୁଜିକ୍ଲିକ ସହ ଜଡ଼ିତ ସଂପାଦକ ଓ ଅନ୍ୟ କର୍ମଚାରୀଙ୍କ ଠିକଣାରେ ରେଡ୍‌ କରିଥିଲା। ଦିନ ତମାମ ରେଡ କରିବା ପରେ ପୁଲିସ୍‌ ଶେଷରେ ଚକ୍ରବର୍ତ୍ତୀ ଓ ପ୍ରବୀରଙ୍କୁ ଗିରଫ କରିଥିଲା। ସେମାନଙ୍କ ନାଁରେ ୟୁଏପିଏ ବଳରେ ମାମଲା ହୋଇଛି। ପୁଲିସ୍‌ ବ୍ୟତୀତ ଇଡି ମଧ୍ୟ ନ୍ୟୁଜିକ୍ଲିକ ଠିକଣାରେ ରେଡ କରିଥିଲା। ସିବିଆଇ ମଧ୍ୟ ବିଦେଶ ଅନୁଦାନ ନିୟନ୍ତ୍ରଣ ଆଇନ(ଏଫସିଆରଏ) ଅନୁଯାୟୀ ଗୋଟିଏ ମାମଲା କରିଛି।

ନ୍ୟୁୟର୍କ ଟାଇମ୍ସରେ ଗୋଟିଏ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦାବି କରାଯାଇଥିଲା ଯେ ଭାରତରେ ଚାଇନିଜ ଆଭିମୁଖ୍ୟକୁ ପ୍ରଚାର ପ୍ରସାର କରିବା ପାଇଁ ନ୍ୟୁଜକ୍ଲିକ ପାଣ୍ଠି ପାଇଛି। ଏହାକୁ ନେଇ ସଂସଦରେ ମଧ୍ୟ ତୀବ୍ର ଝଡ଼ ଦେଖିବାକୁ ମିଳିଥିଲା। ଏସବୁ ଭିତରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ୟୁଏପିଏ ଓ ଅନ୍ୟ ଦଫାରେ ମାମଲା ରୁଜୁ କରିଥିଲା। ଏଥିସହ ଦିଲ୍ଲୀ-ଏନସିଆରର ପ୍ରାୟ ୨୪ଟି ସ୍ଥାନରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲର ଅଧିକାରୀମାନେ ଚଢ଼ଉ କରିଥିଲେ।

ନ୍ୟୁଜ କ୍ଲିକ ସହ ଜଡ଼ିତ ସାମ୍ବାଦିକମାନଙ୍କ ଫୋନ ଓ ଲ୍ୟାପଟପ୍‌ ପୁଲିସ ଜବତ କରିଥିଲା। ଏଥିସହ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଥାନାକୁ ନେଇ ପଚରଉଚରା ମଧ୍ୟ କରାଯାଇଥିଲା। ସନ୍ଧ୍ୟା ଯାଏ ପଚରାଉଚରା କରାଯିବା ପରେ ସେମାନଙ୍କୁ ଛାଡ଼ି ଦିଆଯାଇଥିଲା। ତେବେ ସାମ୍ବାଦିକ ପ୍ରବୀଣ ଓ ଏଚ୍‌ଆର ମୁଖ୍ୟ ଅମିତଙ୍କୁ ପୁଲିସ୍‌ ଅକ୍ଟୋବର ୩ରେ ଗିରଫ କରିଥିଲା।

କିଛିଦିନ ପୂର୍ବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହି ନ୍ୟୁଜ ପୋର୍ଟାଲ ବିରୋଧରେ ଏକ ମାମଲା ରୁଜୁ କରି ଏହାର ଆର୍ଥିକ କାରବାରର ଅନୁଧ୍ୟାନ କରିଥିଲା। ଇଡି ଅଭିଯୋଗ କରିଥିଲା ଯେ ନ୍ୟୁଜକ୍ଲିକ୍ ଚାଇନା ସହ ଲିଙ୍କ ସଂସ୍ଥାଗୁଡ଼ିକଠାରୁ ପ୍ରାୟ ୩୮ କୋଟି ଟଙ୍କା ଆଣିଛି। ଏସବୁ ଟଙ୍କା କେଉଁ କ୍ଷେତ୍ରରେ ବ୍ୟବହାର କରାଯାଇଛି ତାହା ତଦନ୍ତ କରାଯାଉଛି।

Leave a Reply

Your email address will not be published. Required fields are marked *