ଝଙ୍କଡ଼ : ଯେତେବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନରେ କେବଳ , ସିଲାବସ ଶିକ୍ଷାପ୍ରଦାନ କରାଯାଉଛି ଓ ଯାହାଫଳରେ ଛାତ୍ର ଛାତ୍ରୀ ମାନଙ୍କର ବୌଦ୍ଧିକ, ନୈତିକ ଓ ସାଂସ୍କୃତିକ ବିକାଶ ହୋଇ ପାରୁନାହିଁ। ତେବେ ଶିକ୍ଷାଦାନ ସହିତ ପିଲାମାନଙ୍କୁ ବଡ଼ ମଣିଷ, ଭଲମଣିଷ ଓ ଆଦର୍ଶମଣିଷ ଭାବରେ ଗଢି ତୋଳିବା ପାଇଁ, ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ବିରିତୋଳଗ୍ରାମ ସ୍ଥିତ ଡାଇନାମିକ କୋଚିଙ୍ଗ ସେଣ୍ଟର୍ ଏକ ନିଆରା ପ୍ରୟାସ କରିଥିବାର ଦେଖିବାକୁ ମିଳିଛି।ଏହି ଅନୁଷ୍ଠାନର ପ୍ରାଣପ୍ରତିଷ୍ଠାତା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ତିର୍ତ୍ତୋଲ ବ୍ଲକ ସହ ଶିକ୍ଷାଅଧିକାରୀ ମନୋଜ କୁମାର ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏଠାରେ ପ୍ରଥମଶ୍ରେଣୀରୁ ଦଶମଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଅଭିଜ୍ଞ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପ୍ରତିଦିନ ଶିକ୍ଷାଦାନ ସହିତ ବୌଦ୍ଧିକ ଓ ସାଂସ୍କୃତିକ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଗତ ଶୁକ୍ରବାର ଦିନ ଏହି ଉପଲକ୍ଷେ ଆୟୋଜିତ ପ୍ରତିଭା ସମ୍ମାନ ଉତ୍ସବ ରେ ଶାରଳା ସଂସ୍କୃତି ଗବେଷକ ଶ୍ରୀଯୁକ୍ତ ରମାକାନ୍ତ ରାଉଳ ମୁଖ୍ୟ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚାଭିଳାଷୀ ଓ ସଂସ୍କୃତି ସମ୍ପନ୍ନ ହେବାକୁ ଉତ୍ସାହିତ କରିଥିଲେ |
ପରେପରେ କୃତୀ ପାରଦର୍ଶୀ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଦଶମ ଶ୍ରେଣୀର ପ୍ରିୟଙ୍କା ଦାସ , ବିନାୟକ ଦାଶ, ନବମ ଶ୍ରେଣୀରେ ଅର୍ପିତା ଦାସ , ଅଷ୍ଟମ ଶ୍ରେଣୀରେ ସୁଶ୍ରୀ ସୂଚୀସ୍ମିତା ସ୍ୱାଇଁ , ୭ମ ରେ ସତ୍ୟରଞ୍ଜନ ଓଝା , ୬ଷ୍ଠ ରେ ଅଲିଶା ପ୍ରିୟଦର୍ଶିନୀ ବିଶ୍ୱାଳ, ୫ମ ରେ ମହମ୍ମଦ ତମଜିଦ୍ ଅଖତର ୪ର୍ଥ ରେ ଶୁଭଙ୍କର ଜେନା ୩ୟରେ ସାଇବୁଦ୍ଧ ମହାନ୍ତି ,୨ୟରେ ସ୍ଵାଧୀନ ବେହେରା ଓ ୧ମ ରେ ଆରାଧ୍ୟା ମହାରଣାଙ୍କୁ ପ୍ରଶଂସାପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ନରୋତ୍ତମ ଭୂୟାଁ , ପ୍ରଶାନ୍ତ କୁମାର ଦାଶ, ସୋନାଲି ସୁଚିଶ୍ମିତା ବ୍ରହ୍ମ ଓ ସୌଭାଗିନି ପରିଡ଼ା ଙ୍କ ସମେତ ସମସ୍ତ ଅଭିଭାବକ ଓ ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା |