କାର୍ଯ୍ୟକ୍ଷମ ହେଲା ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ୍ ପ୍ରକଳ୍ପର ସୋନପୁର-ଖମ୍ବେଶ୍ବରପଲ୍ଲୀ ମଧ୍ୟରେ ରେଳ ସେକ୍ସନ

ରାଜ୍ୟ
Share

sfrwaer

ଭୁବନେଶ୍ଵର: ଶେଷ ହୋଇଛି ଖୋର୍ଦ୍ଧା ରୋଡ୍-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ସୋନପୁର ଏବଂ ଖମ୍ବେଶ୍ୱରପଲ୍ଲୀ ମଧ୍ୟରେ ୧୦.୫୦ କିଲୋମିଟର ବିଶିଷ୍ଟ ବ୍ରଡ୍ ଗେଜ୍ ରେଳ ଲାଇନର ନିର୍ମାଣ କାର୍ଯ୍ୟ | ରେଳ ନିରାପତ୍ତା ଆୟୁକ୍ତ (ସିଆରଏସ) ୨୯ ଡିସେମ୍ବର ୨୦୨୩ରେ ଏହି ନୂତନ ଭାବେ ନିର୍ମିତ ରେଳ ଲାଇନକୁ ଯାଞ୍ଚ କରି ବିଭାଗର କାର୍ଯ୍ୟକାରିତା ପାଇଁ ଅନୁମତି ପ୍ରଦାନ କରିଛନ୍ତି |

ସିଆରଏସ ନୂତନ ଭାବେ ନିର୍ମିତ ରେଳ ଟ୍ରାକ୍, ସିଗନାଲିଂ ସିଷ୍ଟମ୍, ବ୍ରିଜ୍ ଗୁଡିକର ସୁରକ୍ଷା ପାରାମିଟର ଯାଞ୍ଚ କରିବା ପରେ ୩୦୧ କିଲୋମିଟର ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ଲାଇନ୍ ପ୍ରୋଜେକ୍ଟର ୧୦.୫୦ କିଲୋମିଟର ସୋନପୁର-ଖମ୍ବେଶ୍ବରପଲ୍ଲୀ ସେକ୍ସନ ଲାଇନକୁ ରେଳ ନିରାପତ୍ତା ଆୟୁକ୍ତଙ୍କ ସ୍ୱୀକୃତି ମିଳିଛି | ଏହି ନୀରିକ୍ଷଣ ସମୟରେ ସିଆରଏସଙ୍କୁ ସହାୟତା କରିଥିଲେ ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ମାନେ |

ମୋଟାମୋଟି ଭାବେ, ଖୋର୍ଦ୍ଧା ରୋଡ୍-ବାଲାଙ୍ଗୀର ରେଳ ପ୍ରକଳ୍ପର ସମୁଦାୟ ୩୦୧ କିଲୋମିଟରରୁ 1୫୨.୮୦୫ କିଲୋମିଟର ରେଳ ଲାଇନକୁ କାର୍ଯ୍ୟକ୍ଷମ କରାଯାଇଛି | ଏହି ପ୍ରକଳ୍ପ ଶୀଘ୍ର ଶେଷ ହେବା ପାଇଁ ରେଳବାଇ ଉଭୟ ପାର୍ଶ୍ୱରୁ ଅର୍ଥାତ୍ ଖୋର୍ଦ୍ଧା ରୋଡ୍ ଏବଂ ବଲାଙ୍ଗୀରରୁ ଏହି ଲାଇନ ନିର୍ମାଣ କରୁଛି |ପୂର୍ବତଟ ରେଳ ଏହି ଅଞ୍ଚଳରେ ରେଳ ଭିତ୍ତିଭୂମି ବିକାଶ ପାଇଁ ପ୍ରତିସୃତିବଦ୍ଧ ଏବଂ ଶୀଘ୍ର ପ୍ରକଳ୍ପ ଶେଷ କରିବା ପାଇଁ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରୁଛି |

ମାନ୍ୟବର ପ୍ରଧାନମନ୍ତ୍ରୀ ପୂର୍ବରୁ ବଲାଙ୍ଗୀରରୁ ଝାରତରଭା ପର୍ଯ୍ୟନ୍ତ ରେଳ ଲାଇନର ଦୁଇଟି ବିଭାଗ ଦେଶକୁ ସମର୍ପିତ କରିଥିଲେ | ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଓଡିଶାରେ ଏହି ପ୍ରକଳ୍ପର ଅଗ୍ରଗତି ଉପରେ ନିରନ୍ତର ନଜର ରଖିଛନ୍ତି ଏବଂ ଖୋର୍ଦ୍ଧା ରୋଡ୍ – ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ରେଳ ମନ୍ତ୍ରଣାଳୟ ପ୍ରାଥମିକତା ଦେଇ ଆସୁଛି |

ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ମନୋଜ ଶର୍ମା ଏହି ଅଞ୍ଚଳରେ କାର୍ଯ୍ୟକାରିଥିବା ଭିତ୍ତିଭୂମି କାର୍ଯ୍ୟର ସ୍ଥିତି ସମୀକ୍ଷା କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଥିବାବେଳେ ରେଲୱେ ବୋର୍ଡ ଦ୍ୱାରା ଧାର୍ଯ୍ୟ ସମୟ ସୀମା ମଧ୍ୟରେ ଅବଶିଷ୍ଟ ଅଂଶ ସଂପୂର୍ଣ୍ଣ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

Leave a Reply

Your email address will not be published. Required fields are marked *