ନବବର୍ଷରେ ଝଙ୍କଡ଼ ଶାରଳା ପୀଠ ଲୋକାରଣ୍ୟ

ରାଜ୍ୟ
Share

ଝଙ୍କଡ :  ବାଣିକ୍ଷେତ୍ର ଝଙ୍କଡ ପୀଠରେ ନବବର୍ଷ ଉପଲକ୍ଷେ ମା’ ଙ୍କ ଦର୍ଶନ ଓ ପୂଜାର୍ଚନା କରିବା ନିମନ୍ତେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତ,ଯାତ୍ରୀ, ଓ ପର୍ଯ୍ୟଟକ ମାନଙ୍କର ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା !ଯାନବାହାନ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ଙ୍କୁ ନାକେଦମ ହେବାକୁ ପଡିଥିଲା | ବିଶେଷକରି ଶାରଳା ପୀଠରୁ ଗୋରେଖନାଥ ପୀଠ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ବାତିଲ କରାଯାଇଥିବାରୁ ଗାଡି ଚାଳକ ମାନଙ୍କୁ ଏହି ରାସ୍ତାକୁ ଅତିକ୍ରମ କରିବାପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥିଲା | ତେବେ ଜଗତସିଂହପୁର ଜିଲ୍ଲାର ଅଭିଜ୍ଞ ପୋଲିସ ଅଫିସର ମାନଙ୍କ ଦ୍ୱାରା ତିର୍ତ୍ତୋଲ ପୋଲିସ ତତ୍ୱାବଧାନରେ ଯାତ୍ରୀ ମାନଙ୍କର ଶୃଙ୍ଖଳିତ ଦର୍ଶନର ବ୍ୟବସ୍ଥା କରାଯାଇଥିଲା | ତେବେ ଶାରଳା ପୀଠ ଓ ଗୋରେଖନାଥ ପୀଠରେ ବ୍ୟକ୍ତି ବିଶେଷ ମାନଙ୍କ ଦ୍ୱାରା ପ୍ରସାଦ ସେବନର ବ୍ୟବସ୍ଥା ରେ ବହୁ ଶ୍ରଦ୍ଧାଳୁ ଭକ୍ତଙ୍କୁ ନିରାଶ ହେବାକୁ ପଡିଥିଲା | ତେଣୁ ଉଭୟ ପୀଠରେ ଯାନିଯାତ୍ରା ଓ ପର୍ବ ପର୍ବାଣି ଦିନ ମାନଙ୍କରେ ପ୍ରଶାସନ ତରଫରୁ ଉନ୍ନତ ମାନର ଓ ଯଥେଷ୍ଟ ପରିମାଣର ପ୍ରସାଦ ର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବୀ ହେଉଅଛି | ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ମନ୍ଦିର ବେଢାରେ ଖୋଲା ଯାଇଥିଲା ବେଳେ ପାନୀୟ ଜଳ ଯୋଗାଣ କ୍ଷେତ୍ରରେ କୌଣସି ବ୍ୟବସ୍ଥା ନଥିବାରୁ ଯାତ୍ରୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ | ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ମାଆଙ୍କର ତୀର୍ଥ କୁ ଆସି ଦର୍ଶନ ସାରି ଫେରି ଯାଉଥିବାର ଦେଖିବାକୁ ମିଳିଥିଲା  |

Leave a Reply

Your email address will not be published. Required fields are marked *