୪ ବର୍ଷର ପୁଅକୁ ମାଆ ହତ୍ୟା କରିଥିବା ମାମଲା: ମିଳିଲା ରକ୍ତ ଛିଟା

ଦେଶବିଦେଶ
Share

suchana

ନୂଆଦିଲ୍ଲୀ: ଗୋଆରେ ନିଜର ୪ ବର୍ଷର ଶିଶୁକୁ ହତ୍ୟା କରିଥିବା ବେଙ୍ଗାଲୁରୁର ସିଇଓ ସୁଚନା ସେଥ ବର୍ତ୍ତମାନ ପୁଲିସ ହେପାଜତରେ ଅଛନ୍ତି। ତାଙ୍କୁ ନେଇ ପ୍ରତିଦିନ ନୂଆ ନୂଆ ତଥ୍ୟ ହସ୍ତଗତ ହେବାରେ ଲାଗିଛି। ଏବେ ଗୋଆ ଡିଜିପି ଜସପାଲ ସିଂ ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଯେଉଁ ସ୍ଥାନରେ ମହିଳା ତାଙ୍କ ପୁଅକୁ ହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି ସେହି ସ୍ଥାନରେ ରକ୍ତ ଛିଟା ଦେଖିବାକୁ ମିଳିଛି। ଏଥିରୁ ମହିଳା ତାଙ୍କ ପୁଅର ହତ୍ୟାକାରୀ ବୋଲି ଏକ ପ୍ରକାରର ସ୍ପଷ୍ଟ ହୋଇଛି।
ପୁଲିସ କହିଛି ଯେ ସୁଚନା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ମତଭେଦ ହୋଇଥିଲା। ସେମାନଙ୍କ ଛାଡପତ୍ର ଶେଷ ପର୍ଯ୍ୟାୟରେ ଥିଲା। କିନ୍ତୁ ଶିଶୁ ହତ୍ୟା ହେବାର କିଛି ଦିନ ପୂର୍ବରୁ ସେ ତାଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କୁ ହ୍ବାଟ୍‌ସଆପ୍‌ରେ ମେସେଜ୍‌ ପଠାଇ ଶିଶୁଟିକୁ ଭେଟିବାକୁ କହିଥିଲେ। ଶିଶୁର ହେପାଜତକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯଦିଓ ଭେଙ୍କଟ ରମଣଙ୍କୁ ଶିଶୁଟିକୁ ଭେଟିବା ପାଇଁ କୋର୍ଟ ଅନୁମତି ଦେଇଥିଲେ, ହେଲେ ଏହି କାରଣରୁ ସୂଚନା ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରିଥିଲା।
ପୁଲିସ ଜାଣିବାକୁ ପାଇଛି ଯେ ସୁଚନା ଜାନୁଆରି ୨ ତାରିଖରେ ତାଙ୍କ ସ୍ୱାମୀ ଭେଙ୍କଟ ରମଣଙ୍କୁ ମେସେଜ କରିଥିଲେ। ସେ ତାଙ୍କ ସ୍ୱାମୀଙ୍କୁ କହିଥିଲେ ଯେ ସେ ପରଦିନ ପିଲାକୁ ଭେଟି ପାରିବେ। କିନ୍ତୁ ସୁଚନା ଏବଂ ତାଙ୍କ ପୁଅ ସେଦିନ ବେଙ୍ଗାଲୁରୁରେ ନଥିଲେ। ତେଣୁ ସେ ତାଙ୍କ ପୁଅକୁ ଭେଟିପାରିନଥିଲେ। ଯେତେବେଳେ ସେ ତାଙ୍କ ପୁଅକୁ ପାଇଲେ ନାହିଁ, ସେତେବେଳେ ସେ ଇଣ୍ଡୋନେସିଆକୁ ଚାଲିଗଲେ।

Leave a Reply

Your email address will not be published. Required fields are marked *