ବାପ ଘରକୁ ବୁଲିବାକୁ ଆସିଥିବା ସଫ୍ଟୱୟାର ଇଞ୍ଜିନିୟରଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ପରିବାର ସ୍ତବ୍ଧ

ଦେଶବିଦେଶ
Share

ddd

ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ଭୋପାଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବାପଘରେ ଜ‌‌ଣେ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ସଫ୍ଟୱୟାର ଇଞ୍ଜିନିୟରଙ୍କ ମୃତଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି।
ସୂଚନାଯୋଗ୍ୟ, ରାଜଧାନୀ ଅଶୋକ ଗାର୍ଡନ ଅଞ୍ଚଳରେ ଏହି ଘଟଣା ଘଟିଛି। ୨୬ବର୍ଷର ପୂର୍ବା ସାହୁ ପେସାରେ ଜଣେ ସଫ୍ଟୱୟାର ଇଞ୍ଜିନିୟର। ପୂର୍ବାଙ୍କ ଶାଶୁଘର ଉଜ୍ଜୈନରେ ଥିବା ବେଳେ ତାଙ୍କ ସ୍ବାମୀ ଆଶିଷ ସାହୁ ଜଣେ କେମିକାଲ ଇଞ୍ଜିନିୟର।
ପୂର୍ବା ଓ ଆଶିଷ କିଛିଦିନ ପୂର୍ବରୁ ଗାଜିଆବାଦରେ ରହୁଥିଲେ। ୬ମାସ ପୂର୍ବରୁ ପୂର୍ବାଙ୍କ ସ୍ବାମୀ ଚାକିରି ପାଇଁ ଫ୍ରାନ୍ସ ଚାଲିଯାଇଥିଲେ। ତେଣୁ ପୂର୍ବା ତାଙ୍କ ନବଜାତ ଶିଶୁକୁ ଧରି ବାପଘରକୁ ବୁଲିବାକୁ ଚାଲି ଆସିଥିଲେ। ଗତମଙ୍ଗଳବାର ସେ ମେହେନ୍ଦି ଲଗାଇ ଛାତରେ ବସିଥିଲେ। ଶୁଖିଯିବା ପରେ ଧୋଇବା ପାଇଁ ଗାଧୁଆଘରକୁ ଯାଇଥିଲେ। ଦେଢ଼ଘଣ୍ଟା ବିତିଯାଇଥିଲେ ସୁଦ୍ଧା ସେ ବାହରି ନଥିଲେ। ପରିବାରଲୋକ ତାଙ୍କୁ ଯେତେ ଡାକିଥିଲେ ବି କୌଣସି ଉତ୍ତର ମିଳି ନଥିଲା।
ଶେଷରେ ପୂର୍ବାଙ୍କ ବାପା ଗାଧୁଆଘର କବାଟ ଭାଙ୍ଗି ଦେବାରୁ ଝିଅ ଅଚେତ ଅବସ୍ଥାରେ ସେଠାରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରିବାରଲୋକ ସଙ୍ଗେସ‌ଙ୍ଗେ ପୂର୍ବାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୂର୍ବାଙ୍କ ପରିବାରଲୋକଙ୍କ କହିବାନୁସାରେ, ଝିଅର ପୂର୍ବରୁ କୌଣସି ରୋଗ ନଥିଲା। ହୃଦଘାତ ହେତୁ ମୃତ ହୋଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା ରହିଛି।

Leave a Reply

Your email address will not be published. Required fields are marked *