ଉତ୍ତେଜନା ହ୍ରାସ ପାଇଁ ପାକିସ୍ତାନ-ଇରାନ ସହମତି: କୂଟନୈତିକ ସଂପର୍କ ସ୍ବାଭାବିକ କରିବାକୁ ପ୍ରୟାସ

ଦେଶବିଦେଶ
Share

Add-a-subheading-2-1024x614

ଇସଲାମାବାଦ: ପାକିସ୍ତାନର ବାଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଆଡ଼ାଗୁଡ଼ିକ ଉପରେ ଇରାନର କ୍ଷେପଣାସ୍ତ୍ର ମାଡ଼ ଓ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନରେ ଇରାନର ଦକ୍ଷିଣ ସୀମାରେ ପାକିସ୍ତାନର କ୍ଷେପଣାସ୍ତ୍ର ମାଡ଼କୁ ନେଇ ଜଟିଳ ସ୍ଥିତି ଲାଗି ରହିଛି। ଉଭୟ ଦେଶ ସର୍ବାଧିକ ସଂଯମରେ କାମ କରିବାକୁ ଆଜି ଆମେରିକା ଓ ଜାତିସଂଘ ତାଗିଦ କରିବା ପରେ ଉତ୍ତେଜନା ହ୍ରାସ ଦିଗରେ କେତେକ ପଦକ୍ଷେପ ନିଆଯାଇଛି। ପାକିସ୍ତାନ ଓ ଇରାନ୍ ଆଜି ଉତ୍ତେଜନା ହ୍ରାସ କରିବାକୁ ରାଜି ହୋଇଛନ୍ତି ଏବଂ ବରିଷ୍ଠ କୂଟନୀତିଜ୍ଞ ସ୍ତରରେ ଏ ନେଇ ଆଲୋଚନା ହୋଇଛି। ପରସ୍ପରର ଅଞ୍ଚଳରେ ଥିବା ଆତଙ୍କବାଦୀଙ୍କ ଆଡ଼ାକୁ ଟାର୍ଗେଟ କରି ଏୟାର ଷ୍ଟ୍ରାଇକ୍ କରିବା ପୂର୍ବରୁ ବିସ୍ତୃତ ଆଲୋଚନା ଜରୁରୀ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ପ୍ରଥମେ ବାଲୁଚିସ୍ତାନରେ ଥିବା ଜୈସ-ଅଲ-ଅଦଲ ଆତଙ୍କବାଦୀ ସଂଗଠନକୁ ଟାର୍ଗେଟ କରି ଇରାନ ସାମରିକ ଆକ୍ରମଣ କରିଥିଲା। ଏହାକୁ ନେଇ ପାକିସ୍ତାନରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ଏବଂ ଗତକାଲି ଭୋର୍‌ ସମୟରେ ପାକିସ୍ତାନ ପଟୁ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା। ଏବେ ଉଭୟ ଦେଶ ପୁନଃ କୂନନୈତିକ ସଂପର୍କ ସ୍ବାଭାବିକ କରିବାକୁ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *