ଗୋବିନ୍ଦପୁର ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
Share

ଝଙ୍କଡ଼ :  ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧିନ ଗୋବିନ୍ଦପୁର ପଞ୍ଚାୟତ ରେ ଗତ ବୁଧବାର ଦିନ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ସରପଞ୍ଚ ଶୁଭଶ୍ରୀ ନାୟକ ଙ୍କ ସଭାପତିତ୍ବରେ ଓ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପରିଷଦ ଉପାଧକ୍ଷା ସୁଜାତା ମହାନ୍ତି ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବରେ ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ବିଡ଼ିଓ ତପନ କୁମାର ସେନାପତି, ସୂର୍ଯ୍ୟକାନ୍ତ କାନୁନଗୋ, ପଣ୍ଡିତ ପରୀକ୍ଷିତ ନନ୍ଦ , ଈଂ ସୁମିତ ଦାସ , ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ , ମନମୋହନ ରାଉତ, ଦେବ ନାରାୟଣ ମୁଦୁଲି , ନିରଞ୍ଜନ ଭୁଇଆଁ , ବିମଳେନ୍ଦୁ ନନ୍ଦ , ସନ୍ତୋଷ ଖୁଣ୍ଟିଆ ଓ ଗୌରାଙ୍ଗ ଚରଣ ବାରିକ ପ୍ରମୁଖ ଯୋଗଦେଇ , ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ଡଃ ପ୍ରତାପ ଚନ୍ଦ୍ର ନାୟକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜୟ ନାୟକ ମଞ୍ଚ ପରିଚାଳନା କରିଥିଲେ ।

ରାଜସ୍ବ ବିପର୍ଯୟ ପରିଚାଳନା , ମିଶନଶକ୍ତି , କୃଷି କୃଷକ ସଶକ୍ତି କରଣ ଆଦି ବିଭିନ୍ନ ବିଭଗର ଷ୍ଟଲ୍ମ ମାନ ଏଠାରେ ଖୋଲାଯାଇଥିବା ବେଳେ ଏହି ସମସ୍ତ କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଫକୀର ମୋହନ ସାହୁ ଙ୍କ ସମେତ ସି ଆର୍ ପି , ଏମ ବି କେ , ଆଶା କର୍ମୀ, ସ୍ଵାସ୍ଥ୍ୟକର୍ମୀ ମାନଙ୍କ ସହିତ ପଞ୍ଚାୟତର ଅଧିବାସୀ ମାନେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ,।

Leave a Reply

Your email address will not be published. Required fields are marked *