କୋଷ୍ଟୀମଲ୍ଲିକାପୁରରେ ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ

ରାଜ୍ୟ
Share

ଝଙ୍କଡ଼ :  ଆମ ଓଡ଼ିଶା ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ର ଅନ୍ତିମ ପର୍ଯ୍ୟାୟ ରେ ଗତ ସୋମବାର ଦିନ କୋଷ୍ଟୀମଲ୍ଲିକାପୁର ପଞ୍ଚାୟତର ଚିହ୍ନାପଡା ମା ଭଗବତୀଙ୍କ ପୀଠସ୍ଥଳିରେ ଏହି କାର୍ଯ୍ୟକ୍ରମ ଧୁମଧାମ ରେ ଅନୁଷ୍ଠିତ ହୋଇଯାଇଛି ।  ଯୁବନେତା ଧ୍ୟାନରଞ୍ଜନ ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା ମୂଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ, ସରପଞ୍ଚ ବିଭୁ ପ୍ରସାଦ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ବିଡିଓ ତପନ କୁମାର ସେନାପତି ଅତିରିକ୍ତ ବିଡିଓ ସତ୍ୟଜିତ ସ୍ୱାଇଁ, ଜିଲ୍ଲାପରିଷଦ ଗଙ୍ଗାଧର ବିଶ୍ୱାଳ ସମିତି ସଭ୍ୟା ରାଜଲକ୍ଷ୍ମୀ ମଲ୍ଲିକ , ରାଜସ୍ବନୀରିକ୍ଷକ ଲୋଜାଲିନି ପଣ୍ଡା , ବ୍ଲକ ଆସିଷ୍ଟାଣ୍ଟ ଇଞ୍ଜିନିୟର କୈଳାଶ ଚନ୍ଦ୍ର ବେହେରା, ଯୁବନେତା ଇଞ୍ଜିନିୟର ସୁମିତ ଦାସ, ଓ ଶିକ୍ଷାବିତ୍ ସୁଶିଲ କୁମାର ସ୍ଵାଇଁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାର ଙ୍କ ଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ଅବତାରଣା କରିଥିଲେ। କାର୍ଯ୍ୟନିର୍ବାହୀ ଅଧିକାରୀ ତୋଫାନ ଦାସ, ଜି ଆର୍ ଏସ୍ ଅରବିନ୍ଦ ସ୍ୱାଇ ଏମ ବି କେ ଜୟନ୍ତୀ ମହାନ୍ତି, ସମସ୍ତ ସି ଆର୍ ପି , ମିଶନଶକ୍ତି, ଆଶା କର୍ମୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ଅଧିବାସୀ ବିଜୟ ସ୍ୱାଇଁ , ନରେନ୍ଦ୍ର ବାରିକ , ସାରଦା ମଲ୍ଲିକ, ବିଭୁତି ଭୁଷଣ ଦାସ , ମିଳନ କୁମାର ବାରିକ ପ୍ରମୁଖ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା ।  ଯୁବ ସଙ୍ଗୀତ ନିର୍ଦ୍ଦେଶକ ମହେଶ ଚନ୍ଦ୍ର ନାୟକ ଙ୍କ ଦ୍ଵାରା ନୃତ୍ୟ ସଙ୍ଗୀତ ପାଲା ଆଦି ଲୋକନୃତ୍ୟ ଲୋକକଳା ଓ ଲୋକସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ପ୍ରତିଭାବାନ ମାନଙ୍କୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପଗୁଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା |

Leave a Reply

Your email address will not be published. Required fields are marked *