ନାଲକୋ ନଗରରେ ଆଦିକବି ସାରଳା ଦାସ ସ୍ମୃତିପରିଷଦର ୬ଷ୍ଠ ବାର୍ଷିକ ଉତ୍ସବ

ରାଜ୍ୟ
Share

ଅନୁଗୁଳ :  ଯେତେବେଳେ ଓଡିଆ ଭାଷା ଏକ ଶଙ୍କଟଜନକ ସ୍ଥିତିରେ ଗତି କରୁଥିଲା, ଠିକ୍ ଏମିତି ଏକ ଅଭାବନୀୟ,ଅନ୍ଧକାର ମୟ, ଘଡି ସନ୍ଧି କାଳରେ, ଆଦିକବି ସାରଳା ଦାସ ଓଡିଆ ଜାତିର ଜୀବନ୍ତ ଇତିହାସ ସାରଳା ମହାଭାରତ ରଚନା କରି, ସମଗ୍ର ବିଶ୍ୱରେ ଆମ ଓଡିଆଜାତି କୁ ପରିଚିତ ପ୍ରତିଷ୍ଠିତ ଓ ବିଶ୍ୱବନ୍ଦିତ୍ କରିଯାଇଛନ୍ତି ବୋଲି, ଗତ ଗୁରୁବାର ଦିନ ସନ୍ଧ୍ୟାରେ , ଅନୁଗୁଳ ନାଲକୋ ନଗରରେ ଥିବା ଆଦିକବି ସାରଳା ଦାସ ସ୍ମୃତି ପରିଷଦ ର ୬ଷ୍ଠ ବାର୍ଷିକ ଉତ୍ସବରେ ଯୋଗଦେଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି। ଏକ ନମ୍ବର କଲ୍ୟାଣ ମଣ୍ଡପ ରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ଡି ଜି ଏମ୍ ତଥା ବାରିଷ୍ଠ କର୍ମକର୍ତ୍ତା ଦେବଦତ୍ତ ମହାନ୍ତି ସଭାପତିତ୍ବ କରିଥିଲାବେଳେ , ମୂଖ୍ୟଅତିଥି ଡି ଜି ଏମ୍ ଦେବାଶିଷ ଚାଟାର୍ଜୀ, ମୂଖ୍ୟବକ୍ତା ସାରଳା ସଂସ୍କୃତି ଗବେଷକ ପଣ୍ଡିତ ରମାକାନ୍ତ ରାଉଳ ଓ ସମ୍ମାନୀତ ଅତିଥି ଭାବେ ଡି ଜି ଏମ୍ ପ୍ରମାଥ ମହାନ୍ତି,ସରସ୍ଵତୀ ବିଦ୍ୟାମନ୍ଦିରର ପ୍ରଧାନଆଚାର୍ଯ୍ୟ ସିଦ୍ଧନାଥ ସାହୁ, ବାଜିରାଉତ୍ ଛାତ୍ରାବାସ ର ସମ୍ପାଦକ ଧନେଶ୍ଵର ସାହୁ ପ୍ରମୁଖ ଯୋଗଦେଇ ସାରଳା ସାହିତ୍ୟର ବିଭିନ୍ନ ଦିଗ ଦିଗନ୍ତ ଉପରେ ତଥ୍ଯସମ୍ବଳିତ ବକ୍ତବ୍ୟ ପ୍ରଦାନ କରିଥିଲେ।

ପରିଷଦର ସଭାପତି ଶାନ୍ତନୁ କୁମାର ସାହୁ ନିମନ୍ତ୍ରିତ ଅତିଥି ମାନଙ୍କୁ ମଞ୍ଚକୁ ସ୍ବାଗତ କରିଥିବାବେଳେ, କୋଷାଧ୍ୟକ୍ଷ ବିଜୟ କୁମାର ପଟ୍ଟନାୟକ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ, ପି କେ ବେହେରା, ସୀତାକାନ୍ତ ମିଶ୍ର ଓ ନାରାୟଣ ତ୍ରିପାଠୀ ସୁରସଙ୍ଗୀତର ଝଙ୍କାର ପରିବେଷଣ କରିଥିବା ବେଳେ , ସମ୍ପାଦକ ଜିତେନ୍ଦ୍ର ସ୍ୱାଇଁ ଙ୍କସମେତ ପର୍ଶୁରାମ ସ୍ୱାଇଁ , ଶଶାଙ୍କ ଶେଖର ଦାସ , ବିଭୁଦତ୍ତ ଦାଶ, ଅସିତ୍ ସାହୁ , ସ୍ମିତାମହାନ୍ତି ଓ ଅନିତା ସାହୁ ପ୍ରମୁଖ ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ପରଦିନ ସକାଳୁ ଓ ଅପରାହ୍ନରେ କର୍ମକର୍ତ୍ତା ଓ ଅତିଥି ମାନଙ୍କ ଦ୍ଵାରା ଆଦିକବି ସାରଳା ଦାସ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ସାରଳା ଦାସ ଙ୍କ ପବିତ୍ର ମହାପ୍ରୟାଣ ଦିବସ ମାଘ୍ ଶୁକ୍ଳସପ୍ତମୀ ଶ୍ରାଦ୍ଧୋତ୍ସବରେ ସ୍ମୃତିଚାରଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରଯାଇଥିଲା।

Leave a Reply

Your email address will not be published. Required fields are marked *