ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଲେ ସୋନା ମହାପାତ୍ର

ଦେଶବିଦେଶ
Share

ବଚ୍ଚନ ପରିବାର ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଇଙ୍ଗିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିବା ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ପଡିଛି। ରାହୁଲଙ୍କ ଉପରେ ବର୍ଷିଲେ ବଲିଉଡର ଜଣାଶୁଣା ସିଙ୍ଗର ସୋନା ମହାପାତ୍ର। କଡା ଭାଷାରେ ତାଙ୍କୁ କରିଛନ୍ତି ଟାର୍ଗେଟ୍‌।

ପ୍ରକୃତରେ ଜାନୁଆରୀ ୨୨ ତାରିଖ ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଥିଲେ। ମୋଦିଙ୍କ ସମେତ ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କୁ ମଧ୍ୟ ସେ ଇଙ୍ଗିତ କରି କହିଥିଲେ। ତେବେ ସେ ନିଜ ଭାଷଣରେ ଥରେ ନୁହେଁ ଅନେକ ଥର ଐଶ୍ୱର୍ଯ୍ୟା ନାଁ ଉଲ୍ଲେଖ କରିଥିଲେ। ଏହାକୁ ନେଇ ଐଶ୍ୱର୍ଯ୍ୟାଙ୍କ ସମର୍ଥନରେ ବାହାରି ରାହୁଲ ଗାନ୍ଧିଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ସିଙ୍ଗର ସୋନା ମହାପାତ୍ରା।

ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଓ୍ୱାଇନାଡ ସାଂସଦଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ‘କିଛି ରାଜନେତା ରାଜନୀତିରେ ଲାଭ ପାଇବା ପାଇଁ ନିଜ ଭାଷଣ ମାଧ୍ୟମରେ ମହିଳାମାନଙ୍କୁ ଅପମାନିତ କରନ୍ତି? ପ୍ରିୟ ରାହୁଲ ଗାନ୍ଧି ନିଶ୍ଚିତ ରୂପେ କେହି ଆପଣଙ୍କ ମା'(ସୋନିଆ ଗାନ୍ଧି), ଭଉଣି (ପ୍ରିୟଙ୍କା ଗାନ୍ଧି)ଙ୍କୁ ଏଭଳି ଅପମାନିତ କରିଥିବ। ଆପଣ ନିଶ୍ଚିତ ରୂପେ ଏହାକୁ ଭଲଭାବେ ହୃଦୟଙ୍ଗମ କରିଛନ୍ତି। ଐଶ୍ୱର୍ଯ୍ୟା ରାୟ ଭଲ ଡ୍ୟାନ୍ସ କରନ୍ତି।’

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରା ବେଳେ ଆପଣମାନେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଦେଖିଛନ୍ତି କି? ବୋଲି ପଚାରିଥିଲେ। ଏଠାରେ ଆପଣମାନେ କୌଣସି ଓବିସି କିମ୍ବା ଏସ୍‌ସି/ଏସ୍‌ଟି ଚେହୋରା ଦେଖିଥିଲେ? ଏହି କାର୍ଯ୍ୟକ୍ରମରେ ଅମିତାଭ ବଚ୍ଚନ, ଏଶ୍ୱର୍ଯ୍ୟା ରାୟ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭଳି ଲୋକ ସାମିଲ ହୋଇଥିଲେ। କିନ୍ତୁ ବାସ୍ତବରେ ଯିଏ ଦେଶକୁ ଚଳାଉଛନ୍ତି ସେମାନଙ୍କୁ ଏଠାରେ ଆମେ ଦେଖିବାକୁ ପାଇନଥିଲି। ଟେଲିଭିଜନ ଚ୍ୟାନେଲ କେବଳ ଐଶ୍ୱର୍ଯ୍ୟା ରାୟଙ୍କୁ ଡ୍ୟାନ୍ସ କରୁଥିବା ଦେଖାଉଛନ୍ତି। ସେମାନେ ଗରିବ ଲୋକଙ୍କ ବିଷୟରେ କିଛି ଦେଖାନ୍ତି ନାହିଁ ବୋଲି କହିଥିଲେ।

https://twitter.com/sonamohapatra/status/1760163732712562850?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1760163732712562850%7Ctwgr%5E367dac0e8b657bf400c1471045e2dca8a3677aad%7Ctwcon%5Es1_c10&ref_url=https%3A%2F%2Fodishareporter.in%2Fnational%2Fsome-leaders-humiliate-women-for-profit-sona-mohapatra-gets-angry-at-rahul-gandhi-news-190688

Leave a Reply

Your email address will not be published. Required fields are marked *