ଏରଡ଼ଙ୍ଗରେ ବିଶ୍ଵଶାନ୍ତି ମହାଯଜ୍ଞର ଚୂଡାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ
Share

ଝଙ୍କଡ : ଯେତେବେଳେ ଆମ ସମାଜର ଆଧ୍ୟାତ୍ମିକ ଅବକ୍ଷୟ ସାଂସ୍କୃତିକ ଅଧୋଗତି ଓ ପରମ୍ପରାର ବିଲୁପ୍ତ ହେବାକୁ ଯାଉଛି  ଠିକ ସେତିକି ବେଳେ ବିଶ୍ୱରେ ଶାନ୍ତି, ମୈତ୍ରୀ, ଓ ସଂହତି ପ୍ରତିଷ୍ଠା କରିବା ପାଉଁ ଯଜ୍ଞ, ନାମଯଜ୍ଞ, ପ୍ରବଚନ ଓ ସତସଙ୍ଗ ଆଦି ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ଆଧ୍ୟାତ୍ମିକ ଧର୍ମଗୁରୁ ସ୍ୱାମୀ ନିର୍ଭୟାନନ୍ଦ ମହାରାଜ ସମବେତ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ଏକ ଆବେଗପୂର୍ଣ୍ଣ ଆହ୍ୱାନ ଦେଇ ଅଛନ୍ତି  | ଗତ ୨୪ ତାରିଖ ଶନିବାର ଦିନ ଏରଡ଼ଙ୍ଗା ପୁରୁଣାବସନ୍ତ ପଞ୍ଚାୟତର ମିଳିତ ଆନୁକୂଲ୍ୟରେ ଶ୍ରୀଶ୍ରୀ ରାଧାକାନ୍ତ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵଶାନ୍ତି ମହାଯଜ୍ଞ ଉପଲକ୍ଷେ ଆୟୋଜିତ ଚୂଡାନ୍ତ ପ୍ରସ୍ତୁତି ବୈଠକରେ ଯଜ୍ଞ କମିଟିର ମାର୍ଗଦର୍ଶକ ଭାବେ ଯୋଗଦେଇ ସ୍ୱାମୀ ନିର୍ଭୟାନନ୍ଦ ମହାରାଜ ମତ ବ୍ୟକ୍ତ କରିଥିଲେ |

କମିଟିର ସଭାପତି ଅମୁଲ୍ୟ କୁମାର ଦାସ, ସମ୍ପାଦକ ନିରଞ୍ଜନ ମହାନ୍ତି, କୋଷାଧ୍ୟକ୍ଷ ନୃସିଂହ ଚରଣ ଦାସ, ଠାକୁର ଙ୍କ ମୁଖ୍ୟ ପୂଜକ ଉମେଶ କୁମାର ନନ୍ଦ ଙ୍କ ସମେତ ନିରଞ୍ଜନ ନାୟକ, ଦୀନବନ୍ଧୁ ନାୟକ, କୃଷ୍ଣ ଚନ୍ଦ୍ର ତ୍ରିପାଠୀ, ରବିନାରାୟଣ ଦାସ, ସ୍ୱାଧୀନ ଚୌଧୁରୀ, ସରୋଜକାନ୍ତ ତ୍ରିପାଠୀ, ପ୍ରବୋଧ ଚନ୍ଦ୍ର ଦାସ, ସ୍ନିଗ୍ଧାରାଣୀ ଚୌଧୁରୀ, ଓ ରୁବିନା ଦାସ ଙ୍କ ସହିତ ଏରଡ଼ଙ୍ଗା ଓ ପୁରୁଣା ବସନ୍ତ ପଞ୍ଚାୟତର ଏସ ଏଚ ଜି ଗ୍ରୁପର ମହିଳା ମାନେ ଏହି ପ୍ରସ୍ତୁତି ବୈଠକରେ ଯୋଗଦେଇ ନିଜନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ | ବୈଠକ ପୂର୍ବରୁ ଶାରଳା ସଂସ୍କୃତି ଗବେଷକ ଓ ମାଆଙ୍କ ସେବକ ରମାକାନ୍ତ ରାଉଳ, ବାବାଙ୍କ ସମେତ ସମସ୍ତ ଉପସ୍ଥିତ ଶ୍ରଦ୍ଧାଳୁ ମାନଙ୍କୁ ମାଆଙ୍କ ଆଶୀର୍ବାଦ ଅର୍ପଣ କରିଥିଲେ | ଆସନ୍ତା ମଇ ମାସ ୨୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଚକୁଣ୍ଡିୟ ବିଶ୍ଵଶାନ୍ତି ମହାଯଜ୍ଞ ରେ ସମସ୍ତେ ସହଯୋଗୀତା ଓ ସହାଭାଗିତା କରିବା ପାଇଁ ସ୍ୱାମୀଜୀ ସମସ୍ତଙ୍କୁ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *