ଅଗ୍ନିଵିପନ୍ନ ପରିବାରକୁ ବ୍ୟାସ ଫାଉଣ୍ଡେସନର ସହାୟତା

ରାଜ୍ୟ
Share

ତିର୍ତ୍ତୋଲ :  ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଜଡ଼ତିରା ପଞ୍ଚାୟତର ଜଡତିରା ଗ୍ରାମ ଅମ୍ବିକା ବିଶ୍ୱାଳଙ୍କ ଗତ ଗୁରୁବାର ଦିନ ବିଳମ୍ବିତ ରାତ୍ରିରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଚାରି ବଖରା ଖଞ୍ଜା ଘର ଓ ଗୁହାଳ ସମ୍ପୂର୍ଣ୍ଣ ପୋଡ଼ିଯାଇଛି  | ଅଗ୍ନିଶମ ବିଭାଗ ପହଂଚିଥିଲେ ମଧ୍ୟ କୌଣସି ଆସବାବ ପତ୍ର ଓ ଘରକରଣା ଜିନିଷ ଉଦ୍ଧାର କରାଯାଇ ପାରିନାହିଁ | ଗ୍ରାମବାସୀ ମାନଙ୍କ ସହାୟତାରେ ଦୁଇଟି ଗାଈ ଓ ତିନୋଟି ବାଛୁରୀଙ୍କ ଜୀବନ ରକ୍ଷା କରାଯାଇଥିଲେ ମଧ୍ୟ ସର୍ବସ୍ବ ହରାଇଥିବା ଅମ୍ବିକା ବିଶ୍ୱାଳ ତାଙ୍କର ପକ୍ଷାଘାତ ରେ ଆକ୍ରାନ୍ତ ପୁଅ ଶୁଭମୟ ବିଶ୍ୱାଳ ଓ ଶ୍ରମିକ ପୁଅ ଚିନ୍ମୟ ବିଶ୍ୱାଳ ଜଣେ ପଡୋଶୀଙ୍କ ବାସଗୃହରେ ଜୀବନ ବିତାଉଛନ୍ତି | ଘଟଣା ସମ୍ପର୍କରେ ସ୍ଥାନୀୟ ବିଦ୍ୟୁତ ବିଲ କଲେକ୍ଟର ମିଳନପ୍ରଭା ଶର୍ମା ଏହି ଦୁଖଃଦ ଘଟଣା ସମ୍ପର୍କରେ ସେବା ଓ ଆଧ୍ୟାତ୍ମିକ ସଂଗଠନ ବ୍ୟାସ ଫାଉଣ୍ଡେସନ ର ଅଧ୍ୟକ୍ଷା ସ୍ନେହମୟୀ ଆଚାର୍ଯ୍ୟଙ୍କୁ ଜଣାଇଥିଲେ | ଶ୍ରୀମତୀ ଆଚାର୍ଯ୍ୟ ଗତ ରବିବାର ଅପରାହ୍ନରେ ଏହି ଅଗ୍ନି ବିପନ୍ନ ପରିବାର ନିକଟରେ ପହଞ୍ଚି ତାଙ୍କ ପାଇଁ କିଛି ଅତ୍ୟାବଶ୍ୟକ ପଦାର୍ଥ ଯୋଗାଇବା ସହିତ ଏହି ବିପନ୍ନ ପରିବାରକୁ ପ୍ରଶାସନିକ ସାହାଯ୍ୟ ସହଯୋଗ ସହିତ ବିଭିନ୍ନ ସ୍ବେଛାସେବୀ ସଂଗଠନ, ସେବାସଂଘ, ଓ ବଦାନ୍ୟ ମାନ ବ୍ୟକ୍ତି ବିଶେଷ ଆବଶ୍ୟକୀୟ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ସେ ବିଭିନ୍ନ ଗଣମାଧ୍ୟମ ଜରିଆରେ ଆବେଗପୂର୍ଣ୍ଣ ଆହ୍ୱାନ ଓ ଆକୁଳ ନିବେଦନ କରିଅଛନ୍ତି | ଏହି କାର୍ଯ୍ୟକ୍ରମ ରେ ଫାଉଣ୍ଡେସନ ର ସଭାପତି ଡକ୍ଟର ସିଦ୍ଧେଶ୍ବର ପଣ୍ଡା, ଉପସଭାପତି ରଶ୍ମିତା ନାୟକ, କୋଷାଧ୍ୟକ୍ଷ ଶରତ କୁମାର ଦାଶ, ସକ୍ରିୟ ସଦସ୍ୟ ସଂଗ୍ରାମ ନାୟକ, ବରିଷ୍ଠ ଉପଦେଷ୍ଟା ରମାକାନ୍ତ ରାଉଳ, ଭାଗବତ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା |

Leave a Reply

Your email address will not be published. Required fields are marked *