ବାବା ଗୋରେଖନାଥଙ୍କ ୧୭ ତମ ବାର୍ଷିକ ଉତ୍ସବ

ରାଜ୍ୟ
Share

ଝଙ୍କଡ଼  : ଝଙ୍କଡ଼ ସାରଳାପୀଠ,କନକପୁର ସ୍ଥିତ ସାରଳାହାଟ ନିକଟସ୍ଥ ବାବା ସିଦ୍ଧ ଗୋରେଖନାଥ ଙ୍କ ୧୭ ତମ ଜନ୍ମତିଥି ବାର୍ଷିକ ଉତ୍ସବ, ପ୍ରତିଷ୍ଠାତା ଭକ୍ତ ନାରାୟଣ ଭଟ୍ଟ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଗତ ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି।

ଏହି ଉପଲକ୍ଷେ ପ୍ରାତଃ ସମୟରେ ମଙ୍ଗଳ ଆଳତି , ମାର୍ଜନା ଓ ବେଶପରେ ବୈଦିକ ରୀତିରେ ଷୋଡଶ ଉପଚାର ପୂଜାର୍ଚ୍ଚନା , ହନୁମାନଚାଳିଶା ପାଠ , ବିଶ୍ଵଶାନ୍ତି ମହାଯଜ୍ଞ ରେ ଆହୂତି ପ୍ରଦାନ ସହିତ ସାରଳାଘଣ୍ଟବଦ୍ୟରେ ପୀଠ ସ୍ଥଳି ପ୍ରକମ୍ପିତ ହୋଇ ଉଠିଥିଲା। ଗୋବିନ୍ଦପୁର ଗୋପୀନାଥ ଭାଗବତ ସତସଙ୍ଗ ଦ୍ଵାରା ଭଜନ ସମାରୋହ ଓ ପ୍ରବଚନ ଆଦି କାର୍ଯକ୍ରମ ସ୍ଥାନୀୟ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି କରିଥିଲା।

ନୂଆଗାଁ ସିଦ୍ଧ ମହାବୀର ମନ୍ଦିର ର ବାବା ରାଜୀବଲୋଚନ ଦାସ ମହାରାଜ ମୂଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଶ୍ରୋତା ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ବିଦ୍ୟ ଆଶୀର୍ବାଦ ପ୍ରଦାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ନୃସିଂହ ଚରଣ ଭଟ୍ଟ , ପରେଶ୍ ଭଟ୍ଟ , ଚନ୍ଦନ ସ୍ୱାଇଁ , ପ୍ରଳୟ ରାଉଳ , ପ୍ରଭାତ ରାଉଳ , ସୁଶାନ୍ତ ରାଉଳ ଙ୍କ ସମେତ ପ୍ରଭାତୀ, ସାବିତ୍ରୀ , ଶ୍ରଦ୍ଧାଞ୍ଜଳୀ , କାହ୍ନା ଓ କନକ ପୁର ଗ୍ରାମବାସୀ ମାନେ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା

Leave a Reply

Your email address will not be published. Required fields are marked *