ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ସାରଳାପୀଠ, କନକପୁରପଞ୍ଚାୟତ ଅଧିନ କଣ୍ଟାପଡ଼ା ସୁଲୋଚନା ଉପ୍ରା ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷୟତ୍ରୀ ଅଞ୍ଜନା କୁମାରୀ ସ୍ଵାଇଁ ଙ୍କ ଅବସର ଗ୍ରହଣ ଉପଲକ୍ଷେ ଗତ ଶୁକ୍ରବାର ଦିନ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ଉତ୍ସବ ନିମ୍ନମାଧ୍ୟମିକ ଶିକ୍ଷକସଂଘ ର ସମ୍ପାଦକ ସୁରେନ୍ଦ୍ର କୁମାର ମହାପାତ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରାକ୍ତନ ପ୍ରଧାନଶିକ୍ଷକ ଝୁଲରାମ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିବା ବେଳେ, ମୁଖ୍ୟବକ୍ତା ଭାବେ ଝଙ୍କଡ଼ ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସମ୍ପାଦକ ଗୋଲକ ବିହାରୀ ପଲାଇ ଓ ସମ୍ମାନିତ ଅତିଥି ଭାବେ, କନକପୁରର ପୁର୍ବତନ ସରପଞ୍ଚ ନମିତା ରାଉଳ , ରାଜ୍ୟ ସରକାରଙ୍କ ପୁରସ୍କାରପ୍ରାପ୍ତ ଶିକ୍ଷକ ବାବୁଲି ସ୍ଵାଇଁ , ହାଡିବନ୍ଧୁ ବେହେରା , କଟରା ସିଆରସିସି ଦୀପକ କୁମାର ବିଶ୍ବାଳ, ସାରଦା ପ୍ରାସାଦ ଚଇନି ଓ ଶିକ୍ଷାକମିଟି ସଭାପତି ଆଶୀର୍ବାଦ ଦାସ ପ୍ରମୁଖ ଯୋଗଦେଇ, ଅଞ୍ଜନା ସ୍ଵାଇଁ ଜଣେ ଆଦର୍ଶ ମହିୟସୀ ମହିଳା ଓ ସରଳ ମିଷ୍ଟଭାଷୀ ଵିଦ୍ୟଗୁଣ ସମ୍ପନ୍ନ ଛାତ୍ର ବାତ୍ସଲା ଶିକ୍ଷୟିତ୍ରୀ ଥିବାରୁ ତାଙ୍କର ଏହି ବିଦାୟ ସମ୍ବର୍ଦ୍ଧନା ଉତ୍ସବ ରେ ତିର୍ତ୍ତୋଲ ବ୍ଲକର ବହୁ ସଂଖ୍ୟକ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ଥିଲେ ବୋଲି ନିଜ ନିଜର ବକ୍ତବ୍ୟ ରେ ଉପସ୍ଥାପନ କରିଥିଲେ ।
ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା, ତାଙ୍କ ସମ୍ପର୍କରେ ” କିଛି ସ୍ମୃତି କିଛି ଅନୁଭୂତି ” ନାମକ ଏକ ସ୍ମରଣିକା ଉନ୍ମୋଚନ କରଯାଇଥିଲା । ଶ୍ରୀମତୀ ସ୍ଵାଇଁଙ୍କ ଶିକ୍ଷାଗୁରୁ ବିଶିଷ୍ଟ ସାହିତ୍ୟିକ ମହେନ୍ଦ୍ର କୁମାର ଆଚାର୍ଯ୍ୟଙ୍କୁ ମଧ୍ୟ ସମ୍ମାନୀତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ଶଶାଙ୍କ ଶେଖର ସ୍ଵାଇଁ, ପ୍ରଶାନ୍ତ କୁମାର ସେଠୀ , ନମିତା ଜେନା, ଶୈଳବାଳା ଦେଈ , ସୂଚିଶ୍ମିତା ବେହେରା ପରିଚାଳନା କରିଥିବା ବେଳେ, ମାଲଣ୍ଡ ଭାରତୀ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ବିଜୟ କୁମାର ସ୍ୱାଇଁମଞ୍ଚ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ସଭାରେ ଅନ୍ୟତମ ଅତିଥିଭାବେ ଧୀରେନ୍ଦ୍ର ନାଥ ବିଶ୍ୱାଳ , ସୁକାନ୍ତ ରାଉତ, ନରେଶ ଜେନା ଡଃ ସୁରେନ୍ଦ୍ର ନାଥ ତ୍ରିପାଠୀ , ପ୍ରଶାନ୍ତ କୁମାର ସେଠୀ , ସି ଆର୍ ସି ସି ଅକ୍ଷୟ କୁମାର ନାୟକ , ସୁଜିତ୍ କୁମାର ସ୍ଵାଇଁ , ବସନ୍ତ କୁମାର ବଳ, ବସନ୍ତ କୁମାର ମହାନ୍ତି , ରବୀନ୍ଦ୍ର ରାଉତ , ଧର୍ମାନନ୍ଦ ମଲ୍ଲିକ , ଆଲୋକ ମହାପାତ୍ର , ପୂର୍ଣ୍ଣଚନ୍ଦ୍ର ନାୟକ, କୈଳାଶ ଚନ୍ଦ୍ର ବିଶ୍ୱାଳ, ତ୍ରିଲୋଚନ ପରିଡ଼ା , କନକପ୍ରଭା ଜେନା ପ୍ରମୁଖ ଯୋଗଦେଇଥିଲେ ! ତିର୍ତ୍ତୋଲ ସହକାରୀ ଶିକ୍ଷାଧିକାରୀ ସମରେନ୍ଦ୍ର ସାହୁ ସମସ୍ତ ନିମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ କରିଥିବାର ଦେଖିବାକୁ ମିଳିଥିଲା !