ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ବଡସିଂହାରବେଶ ପାଇଁ, ପ୍ରତିଦିନ ଫୁଲହାର ଅର୍ପଣ କରିଆସୁଥିବା, କନକପୁର ଗ୍ରାମ ର ସାରଦା ପ୍ରାସାଦ ମହାନ୍ତି ଙ୍କ ଏକାଦଶାହ ଉପଲକ୍ଷେ ଗତ ଗୁରୁବାର ଦିନ ସନ୍ଧ୍ୟାରେ ଏକ ସ୍ମୃତିଶ୍ରଦ୍ଧାଞ୍ଜଳୀ ସଭା, ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଶୋକସଭାରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ପରେ ପରେ, ତାଙ୍କର ପୁତ୍ର ଅରବିନ୍ଦ ମହାନ୍ତି ଓ ଶିବାନନ୍ଦ ମହାନ୍ତି ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥଲେ । ଆଦିକବି ସାରଳା ଦାସ କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ସାହୁ , ଆଇନଜୀବି ମହେଶ ମହାନ୍ତି , ପୁର୍ବତନ ଜିଲ୍ଲା ସଂସ୍କୃତି ଅଧିକାରୀ ଅରବିନ୍ଦ ଜେନା , ଡଃ ମୀନାକ୍ଷୀ ମହାନ୍ତି , ଡଃ ବିରେନ୍ଦ୍ର କୁମାର ପରିଜା , ଭାଗିରଥୀ ମହାନ୍ତି , ସତ୍ୟଜିତ ମହାନ୍ତି , ହୃଷୀକେଶ ରାୟ , ବରଦା ପ୍ରସନ୍ନ ମହାନ୍ତି , ଦୀପକ ଦାସ , ଅନୀଲ ମହାନ୍ତି, ବରଦା ପ୍ରସାଦ ଦାସ , ଜୟଶ୍ରୀ ମହାନ୍ତି , ମମତା ମହାନ୍ତି , ପ୍ରଶାନ୍ତ କୁମାର ମହାନ୍ତି ଙ୍କ ସାରଳାମନ୍ଦିରର ପଣ୍ଡା ସେବକ ଓ ପ୍ରାଶାସନିକ ଅଧିକାରୀ ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ, ସ୍ୱର୍ଗତ ସାରଦା ପ୍ରାସାଦ ମହାନ୍ତି, ମାଆ ସାରଳାଙ୍କର ଜଣେ ନିତ୍ୟ ଓ ସେବକ ଏବଂ ଜଣେ ସରଳ ମିଷ୍ଟଭାଷୀ ଓ ଆଦର୍ଶ ଭଲମଣିଷ ଥିଲେ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଐଶୂର୍ଯ୍ୟା, ରୀତା , ବାପୁ, ବାପୁନ୍, ଦିପୁ , ଡୁ ଡୁୂ, ବିକି ଓ ବିଦ୍ୟୁତ୍ ଲତା ମହାନ୍ତି ପ୍ରମୁଖ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା।