ଝଙ୍କଡ଼ ସାରଳାମନ୍ଦିରରେ ବିଶୃଙ୍ଖଳା ସୀମା ଟପିଲାଣି : ପ୍ରଶାସନିକ ଅପାରଗତା ଯୋଗୁଁ କୋଟି କୋଟି ଟଙ୍କା ହେରଫେର

ରାଜ୍ୟ
Share

ଝଙ୍କଡ଼:  ପ୍ରସିଦ୍ଧ ଓ ପ୍ରାଚୀନ ଶକ୍ତିପୀଠ ଝଙ୍କଡର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ମନ୍ଦିରରେ ଆଇନିଶୃଙ୍ଖଳା ପରିସ୍ଥିତ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇପଡ଼ିଛି। କେତେକ ମୁଷ୍ଟିମେୟ ସେବାୟତ ପୀଠକୁ ଆସୁଥିବା ଯାତ୍ରୀ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ନିକଟରେ ଜମିଦାରୀ ଦେଖାଇ ସେମାନଙ୍କୁ ପ୍ରଜାପାଟକ ଭଳି ବ୍ୟବହାର କରୁଛନ୍ତି। ବିଶେଷ କରି ଯାତ୍ରୀ ମାନଙ୍କୁ ଘର ଓ ଗ୍ରାମ ଠିକଣା ପଚାରିଲା ବେଳେ ଶାଳୀନତା ରକ୍ଷା କରୁନାହାନ୍ତି। ଯାହା ଫଳରେ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କାଳ କାଳ ଧରି ପ୍ରଚଳିତ ହୋଇ ଆସିଥିବା ଜେଜମାନୀ ପରମ୍ପରା ରେ ଅବିଭକ୍ତ କଟକ ଜିଲ୍ଲା ଓ ବାଲେଶ୍ଵର ଜିଲାର କିଛି ଅଞ୍ଚଳର ଯାତ୍ରୀ ମାନଙ୍କୁ ୧୦ଘର ସେବକ ଓ ୧୦ ଘର ପଣ୍ଡା ଙ୍କ ମଧ୍ୟରେ ବଣ୍ଟନ କରଯାଇଥିଲା । ଅନ୍ୟାନ୍ୟ ଜିଲ୍ଲା ଓ ରାଜ୍ୟମାନଙ୍କରୁ ଆସୁଥିବା ଯାତ୍ରୀ ମାନଙ୍କୁ, ପ୍ରଥମେ ଯେଉଁ ପୂଜକ ଭେଟିବ, କେବଳ ସେହି ପୂଜକ ହିଁ ତାଙ୍କର ପୂଜାର୍ଚ୍ଚନା କରିପାରିବାର ବିଧିବ୍ୟବସ୍ଥା କେଉଁ ଆବହମାନ କାଳରୁ ପ୍ରଚଳିତ ହୋଇ ଆସୁଥିଲା। ମାତ୍ର ଦୀର୍ଘ ତିନି ଦଶନ୍ଧି ଧରି, କେତେକ ମୁଷ୍ଟିମେୟ ସେବାୟତ ଗୁଣ୍ଡାଗର୍ଦି କରି ଏହି ପରମ୍ପରା କୁ ଭଙ୍ଗକରି, ଜୋର୍ ଜବରଦସ୍ତ ମନଇଚ୍ଛା ପ୍ରାୟ ୨୦ ଟି ଜିଲ୍ଲାର ଜେଜମାନ ମାନଙ୍କର ପୂଜାର୍ଚ୍ଚନା କରି ଅର୍ଥ ଉପାର୍ଜନ କରି ଚାଲିଛନ୍ତି। ମାନସମ୍ମାନ କୁ ଡରି , ନିରୀହ ସରଳ ଅନ୍ୟ ସେବକ ମାନେ, ନିରୁପାୟ ହୋଇ ଖାଲି ହାତରେ ଘରକୁ ଫେରୁଛନ୍ତି।

ଏ ସମ୍ପର୍କରେ ସାରଳା ମନ୍ଦିରରପ୍ରଶାସନ ଓ ଦେବତ୍ତର ବିଭାଗରେ ଯେତେ ଆପତ୍ତି ଅଭିଯୋଗ କଲେବି, ଆଜିପର୍ଯ୍ୟନ୍ତ କୌଣସି ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଯାହାଫଳରେ ଏହି ଜେଜେମା ନ ଦଖଲ ପାଇଁ ପ୍ରାୟ ମନ୍ଦିରବେଢା ରେ ପ୍ରତିଦିନ, କଛି ମୁଷ୍ଟିମେୟ ସେବାୟତ ଦ୍ବାରା ଅଶୀଳ ଅସଭ୍ୟ ଭାଷାରେ ଗାଲିଗୁଲଜ, ପାଟିତୁଣ୍ଡ ଓ ମାଡପିଟ ଆଦି ଅଘଟଣ ଘଟି ଚାଲିଥିଲେ ମଧ୍ୟ ମନ୍ଦିର ପ୍ରଶାସନ ବା ପୋଲିସ ପ୍ରଶାସନ ତରଫରୁ ସେମିତି କିଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ବା ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ।

ଅପର ପକ୍ଷରେ ପ୍ରତିବର୍ଷ ନିଲାମଧାରି ଭୋଗ ଦୀପ ଆଦି ଦୋକାନ ମାନଙ୍କ ଉପରେ କୋଟି କୋଟି ଟଙ୍କା ବକେୟା ରହିଥିବା ବେଳେ , ଏହାକୁ ଆଦାୟ କରିବା କ୍ଷେତ୍ରରେ ମନ୍ଦିର ପ୍ରଶାସନ ତରଫରୁ ମଧ୍ଯ କୌଣସି ଆଇନିଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ, ସାରଳା ମନ୍ଦିର ପରିଚାଳନାସମିତି ର ଏକମାତ୍ର ସଭାପତି ଥିଲାବେଳେ, ମନ୍ଦିରର ସୁପରିଚାଳନା ପାଇଁ ସେ ଆଦୌ ଗୁରୁତ୍ୱ ଦେଉନାହାଁନ୍ତି କି ସମୟ ବି ଦେଉନାହାଁନ୍ତି,।

ପୂର୍ବରୁ ପ୍ରଚଳିତ ନିୟମ ଅନୁଯାୟୀ ମନ୍ଦିରର ଟ୍ରଷ୍ଟବୋର୍ଡ ରେ ତିର୍ତ୍ତୋଲ ତହସିଲଦାର , ତିର୍ତ୍ତୋଲ ବ୍ଲକ ବିଡିଓ , ତିର୍ତ୍ତୋଲ ଥାନା ଆଇ ଆଇ ସି ଓ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନଙ୍କୁ ନେଇ, ଏଠାରେ ଏକ ଟ୍ରଷ୍ଟବୋର୍ଡ ଗଠନ କରିବାପାଇଁ ଦେବାତ୍ତରବିଭାଗ ଠାରୁ ଆରମ୍ଭକରି ଆଇନି ମନ୍ତ୍ରୀ ଙ୍କ ନିକଟରେ ଦୀର୍ଘ ବର୍ଷ ବର୍ଷ ଧରି ଦାବୀ ହୋଇ ଆସୁଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହୋଇପାରିନାହିଁ। ତେଣୁ ରାଜ୍ୟ ଆଇନବିଭାଗର ଅଣଦେଖା ଓ ଅବହେଳା ଯୋଗୁଁ ସାରଳାମନ୍ଦିରରେ ଆଇନୀଶୃଙ୍ଖଳା ପରିସ୍ଥିତି ଘୋର ଉଦ୍ ବେଗ ଜନକ ହୋଇପଡିଛି ବୋଲି ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜିବି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମତ ପ୍ରକାଶ କରିଅଛନ୍ତି।

ଯଦି ଓଡିଆ ଭାଷା ସାହିତ୍ୟ ସଂସ୍କୃତି ର ଆରାଧ୍ୟା ଦେବୀ ମା ସାରଳା ଙ୍କ ପବିତ୍ରପୀଠ ରେ ଏପରି ବେଆଇନୀ ଓ ବିଶ୍ରୁଖଳା ପରିସ୍ଥିତି ଲାଗିରହେ ତେବେ ଏହି ଗାରିମାମୟ ମହାନଶକ୍ତିପୀଠ ର ମହାନ୍ ଐତିହ୍ୟ ଓ ମହାର୍ଘ୍ୟ ପରମ୍ପରା ଧୂଳିସାତ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ସାରଳା ମନ୍ଦିର ରୂପାନ୍ତକାରଣ କାର୍ଯକ୍ରମ କୁ ସ୍ଥାନୀୟ ଅଞ୍ଚଳର ଅଧିବାସୀ ମାନେ ବିପୁଳ ସ୍ଵାଗତ କରୁଥିବା ବେଳେ ଏହାର ଆଭ୍ୟନ୍ତରନ ଅବ୍ୟବସ୍ଥା ଓ ଅଚଳଅବସ୍ଥା ପ୍ରତି ରାଜ୍ୟ ସରକାର ଯଥାର୍ଥ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବୀ ହେଉଛି।

Leave a Reply

Your email address will not be published. Required fields are marked *