ଶ୍ରୀରାମ କୃପା ପରିଷଦର ରଜତ ଜୟନ୍ତୀ ଉତ୍ସବ ଉଦଯାପିତ

ରାଜ୍ୟ
Share

ଝଙ୍କଡ଼ :  ଯେତେବେଳେ ଆମ ସମାଜରେ ଆସୁରିକ ଭାବ ବୃଦ୍ଧିପାଏ, ଦୈବୀଗୁଣ ବିଲୁପ୍ତ ହେବାକୁଯାଉଥବାବେଳେ, ଧରାଧାମ ରେ ଭଗବାନ ବିଭିନ୍ନ ଅବତାର ଧାରଣ କରି ଆବିର୍ଭାବ ହୋଇଥାଆନ୍ତି। ଆଜିର ଧ୍ବଂସାଭିମୂଖୀ ସମାଜର ପରିବର୍ତ୍ତନ ଆଣିବା ପାଇଁ ଓ ଲୋକମାନଙ୍କ ମଧ୍ୟରେ ସେହି ଦିବ୍ୟଗୁଣ କୁ ବିକଶିତକରି, ସତଚେତନା ସୃଷ୍ଟି କରିବା କ୍ଷେତ୍ରରେ ରାହାମା ତାଳପଡା ମକରମେଳା ପଡ଼ିଆ ସ୍ଥିତ ଶ୍ରରାମ କ୍ରପା ପରିଷଦର ଦୀର୍ଘ ୨୫ ବର୍ଷ ବ୍ୟାପି ଏହି ଶ୍ରୀରାମ ଚରିତ ମାନସ ପାରାୟଣ ଓ ପ୍ରବଚନ କାର୍ଯ୍ୟକ୍ରମ ବାସ୍ତବିକ ଶତତ ପ୍ରଶଂସନୀୟ ଓ ସର୍ବତ୍ର ଅଭିନନ୍ଦନୀୟ ବୋଲି, ଶ୍ରୀରାମ କୃପା ପରିଷଦର ରଜତଜୟନ୍ତୀ ଉତ୍ସବ ରେ ଯୋଗଦେଇ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମତବ୍ୟକ୍ତ କରିଅଛନ୍ତି।

14a1caee Ffae 470f Aff5 E19d8c363b5e

ଗତ ମାର୍ଚ୍ଚ ୪ ତାରିଖ ଠାରୁ ଆରମ୍ଭ ହେଇଥିବା ଏହି ଏହି ମହାନ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ ମାର୍ଚ୍ଚ ୧୨ ତାରିଖ ମଙ୍ଗଳବାର ଦିନ ବିପୁଳ ଆନନ୍ଦ ଉଲ୍ଲାସ ମଧ୍ୟରେ ଉଦଯାପିତ ହୋଇଯାଇଛି। ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ପଣ୍ଡିତ ରମାକାନ୍ତ ରାଉଳ ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ନୂଆଗାଁ ମହାବୀର ମନ୍ଦିର ର ସନ୍ଥ ରାଜୀବ ଲୋଚନ ଦାସ ମହାରାଜ ଯୋଗଦେଇ ସମାଜର ସୁଧାର ଆଣିବା ପାଇଁ ରାମ କଥା ଓ ଗାଥା ଶ୍ରବଣ ପଠନ ଓ ଅନୁଶୀଳନ ର ଆବଶ୍ୟକତା ଅଛି ବୋଲି ଆହ୍ବାନ ଦେଇଥିଲେ। ଧାରାବାହିକ ପ୍ରବଚକ ପ୍ରଚଣ୍ଡ ବାଗ୍ମୀ ପଣ୍ଡିତ ସୁଶାନ୍ତ କୁମାର ଦାସ ଅଗ୍ନିହୋତ୍ରୀ ପ୍ରସଙ୍ଗ କ୍ରମେ ଇନ୍ଦ୍ରଜିତ , ତରଣିସେନ ଓ ଲଙ୍କପତି ରାବଣ ବଦ୍ଧ ବିଷୟରେ କହିଲା ବେଳେ ସମବେତ ଭକ୍ତଗଣ ଭବବିହ୍ୱକ ହୋଇ ଉଠିଥିଲେ।

9215b276 B9d2 48d8 Ae21 A29e17d69af4

ଶ୍ରୀକ୍ଷେତ୍ର ପୁରୀ ପାପୁଡ଼ିଆ ମଠର ପଣ୍ଡିତ ଭଜରାମ ଦାସ ମହାରାଜ ବ୍ୟାସ ଭାବରେ ଅଧିଷ୍ଠିତ ହେଉଥିବା ବେଳେ , ଦୂରଦର୍ଶନକେନ୍ଦ୍ରର ସିକୃତିପ୍ରାପ୍ତ କଳାକାର ବଟକୃଷ୍ଣ ସ୍ବାଇଁ , ହୁଲାସକୃଷ୍ଣ ନାୟକ, ସର୍ବତ୍ସ ସ୍ଵାଇଁ ଓ ସୁରେନ୍ଦ୍ର ନାଥ ଦାସ ସଙ୍ଗୀତ ପରିଚାଳନା ରେ ଅଂଶ ଗ୍ରହଣ କରିଥିଲେ। ଦଶନାମି ସମ୍ପ୍ରଦାୟ ର ସ୍ବାମୀ ଶିବ ସ୍ଵରୂପ ଗିରି ଓ କନ୍ଦମୂଳପଡ଼ିଆ ମଠର ମହନ୍ତ ସ୍ବାମୀ ରାଜୀବ ବାବା ମଧ୍ୟ ମଞ୍ଚମଣ୍ଡନ କରିଥିବାର ଦେଖିବାକୁ ମିଳିଥିଲା।ପରିଷଦର କର୍ମକର୍ତ୍ତା କୃଷ୍ଣଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଜିଲ୍ଲାପରିଷଦ ରବିନାରାୟଣ ସାହୁ , ସମାଜସେବୀ ବବି ଲେଙ୍କା , ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେଇ ଥିଲେ । ପରିଷଦର ସଭାପତି ବାଲୁଙ୍କେଶ୍ୱର ସାହୁ ଓ ସମ୍ପାଦକ ପ୍ରଦ୍ୟୁମ୍ନ କିଶୋର ମିଶ୍ର ଙ୍କ ସମେତ , ଜିଲ୍ଲାର ବାଣିଜ୍ୟ କେନ୍ଦ୍ର ରାହାମା ଅଞ୍ଚଳର ଅଧିବାସୀମାନେ ଏହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିଲେ। ଏହି ଅବସରରେ ମୂର୍ତ୍ତିଶିଳ୍ପୀ ବିଜୟ କୁମାର ନାୟକ ଙ୍କ ସମେତ ଅନୁଷ୍ଠାନର ସ୍ୱେଚ୍ଛାସେବୀ ମାନଙ୍କୁ ମଧ୍ୟ ଉତ୍ତରୀୟ ପୁଷ୍ପ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଶେଷରେ ରାବଣପୋଡ଼ି ମହୋତ୍ସବ କୁ ହଜାର ହଜାର ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *