ଝଙ୍କଡ ସାରଳାପୀଠରେ ୧୦ ଘଟ ପରମ୍ପରାର ଶୁଭାରମ୍ଭ

ରାଜ୍ୟ
Share

ଝଙ୍କଡ଼  : ପବିତ୍ର ମୀନସଂକ୍ରାନ୍ତି, ଗୁରୁବାର ଠାରୁ, ପ୍ରସିଦ୍ଧ ଝଙ୍କଡ଼ ସାରଳାପୀଠରେ , ଦଶଘଟ ପରମ୍ପରାର ଶୁଭାରମ୍ଭ ହୋଇଛି। ଏହି ଉପଲକ୍ଷେ ଅପରାହ୍ନରେ , କନକପୁର ଦେଉଳି ଗ୍ରାମ ସ୍ଥିତ ବାବା କନକେଶ୍ୱର ମହାଦେବ ମନ୍ଦିର ପ୍ରାଙ୍ଗଣ ରେ, ମା ବୃନ୍ଦାବତୀ ଙ୍କ ମଣ୍ଡପ ଉପରେ ଦଶଘଟ ପୂଜା ସରିବା ପରେ, ୧୦ ଜଣ ସେବାୟତ ଏହି ଘଟଦଣ୍ଡ୍ ଙ୍କୁ ମୁଣ୍ଡରେ ମୁଣ୍ଡାଇ , ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ସାରଳା ମନ୍ଦିରରେ ପହଞ୍ଚିବା ପରେ, ମାଆଙ୍କ ରତ୍ନସିଂହାସନ ସମ୍ମୁଖରେ ବଡ଼ପଣ୍ଡା ପୂଜାର୍ଚ୍ଚନା କରିଥିଲେ। ମନ୍ଦିରପ୍ରଶାସନ ତରଫରୁ ଏହି ଦଶଘଟ କୁ ମୂଖ୍ୟପୂଜକ ଙ୍କ ଦ୍ଵାରା ଶାଢ଼ୀ ଓ ଅଙ୍ଗବସ୍ତ୍ର ପ୍ରଦାନ କରାଯାଇଥିଲା ।

D1308943 21f8 4616 9b11 39b82af12098

ତେବେ ଏହି ଦଶଘଟ ମନ୍ଦିର ବେଢ଼ା ପରିକ୍ରମା କରିବା ପରେ ନାଟ୍ୟମଣ୍ଡପ ସମ୍ମୁଖରେ ଘଟନୃତ୍ୟ ପରିବେଷଣ କରା ଯାଇଥିଲା। ଆଜି ଠାରୁ ଏହି ଘଟଦଣ୍ଡ ଙ୍କୁ ନେଇ ମାଆଙ୍କ ସେବାୟତ ମାନେ, ପୁରପଲ୍ଲୀରେ, ପ୍ରଚଣ୍ଡ ରୌଦ୍ରତାପରେ ଘଟନୃତ୍ୟ ପ୍ରଦର୍ଶନ କରି ଦେବୀଶକ୍ତିର ଅଲୌକିକ ମହାମହିମା ଲୀଳା ର ପ୍ରଚାର ପ୍ରସାର ନିମନ୍ତେ ଯାତ୍ରା କରିଥାଆନ୍ତି। ଦୀର୍ଘ ଏକ ମାସ ପର୍ଯ୍ୟନ୍ତ ନିଷ୍ଠା କାଷ୍ଠା ରେ ଏହି ଘଟନୃତ୍ୟ କରିବା ପରେ , ଆସନ୍ତା ମହାବିଷୁବ ପଣା ସଂକ୍ରାନ୍ତି ଝାମୁଯାତ୍ରା ଦିନ ସେମାନଙ୍କୁ ଅଗ୍ନୀପରୀକ୍ଷା ଦେବାକୁ ପଡିଥାଏ। ମାଆଙ୍କ ପ୍ରାଚୀନ ପୀଠ, ବଡ଼ଶାରୋଳ ଗ୍ରାମର ଲଣ୍ଡାଦେଉଳ ସ୍ଥିତ ଝାମୁଯାତ୍ରା ପଡ଼ିଆ ରେ ଏହି ମାତୃସେବକ ମାନେ, ପ୍ରଜ୍ବଳିତ ଅଗ୍ନୀକୁଣ୍ଡ ମଧ୍ୟରେ, ଖାଲିପାଦରେ ନାଚି ନାଚି ଥାଆନ୍ତି । ମାତୃଶକ୍ତି ର ଉପାସନା , ଆରାଧନା ଓ ମାଆକୁ ସମ୍ମାନ ଦେବାର ବାର୍ତ୍ତା ଏହି ଘଟନୃତ୍ୟ ମାଧ୍ୟମରେ ପ୍ରଦାନ କରାଯିବାର ପରମ୍ପରା କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଅଛି

Leave a Reply

Your email address will not be published. Required fields are marked *