ଝଙ୍କଡ : ବର୍ତ୍ତମାନ ସମାଜରେ ବିଭିନ୍ନ କୃଷି ପାଇଁ କୃଷକ ମାନେ ଅଧିକ ଅମଳ ନିମନ୍ତେ ରାସାୟନିକ ସାର ପ୍ରୟୋଗ କୁ ଆପଣେଇ ଥିବା ବେଳେ ପ୍ରାକୃତିକ ଉପାୟରେ ଜୈବିକ ସାର ପ୍ରୟୋଗରେ କୃଷି କାର୍ଯ୍ୟ କରିବାକୁ କୃଷି ବିଜ୍ଞାନୀ ମାନେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ କରାଉଛନ୍ତି !ଏହିପରି ସଚେତନତାର ବାର୍ତ୍ତା ଦେବାକୁ ତିର୍ତ୍ତୋଲ ଆନନ୍ଦ ମଣ୍ଡପରେ ଏକ ପ୍ରାକୃତିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି |
ଜଗତସିଂହପୁର କୃଷି ବିଜ୍ଞାନକେନ୍ଦ୍ରର ମୃତ୍ତିକା ବୈଜ୍ଞାନିକ ପ୍ରଦୀପ କୁମାର ମାଝୀଙ୍କ ତତ୍ୱାବଧାନରେ ଆୟୋଜିତ କର୍ମଶାଳା ରେ ରୋଗପୋକ ବୈଜ୍ଞାନିକ ଦେବାଶିଷ ପଣ୍ଡା,ଉଦ୍ଭିଦ ସ୍ୱାସ୍ଥ୍ୟ ପରୀକ୍ଷାଗାର ସହାୟିକା ବିଜୟିନୀ ସାହୁ, ଅଗ୍ରଣୀ ଚାଷୀ ରାଜକିଶୋର ତ୍ରିପାଠୀ ଓ ପ୍ରତାପ କୁମାର ସାହୁ ଙ୍କ ସହିତ ଶାରଳା ମହିମା ପ୍ରଚାରକ ରମାକାନ୍ତ ରାଉଳ, ସାମ୍ବାଦିକ ସୁରକ୍ଷା ସମିତିର ସଭାପତି ଶରତ କୁମାର ଦାଶ ଏବଂ ଯୁବ ସମାଜସେବୀ ବିବେକାନନ୍ଦ ହୋତା ପ୍ରମୁଖ ଉପସ୍ଥିତ ଥାଇ ଜୈବିକ ସାର ପ୍ରୟୋଗ ଓ ରୋଗପୋକ ନିରାକରଣ ଉପରେ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ !ଏହି କର୍ମଶାଳାକୁ ନିମକଣା କୃଷିବିଜ୍ଞାନ କେନ୍ଦ୍ରର ଅଧିକାରୀମାନେ ପରିଚାଳନା କରିଥିବାବେଳେ ଏହି ଶିବିରରେ ୪୦ ରୁ ଅଧିକ ମହିଳା ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା !