ଝଙ୍କଡ଼ : ସମାଜସେବା ହେଉ କି ମାନବସେବା, ରୋଗୀସେବା ହେଉ ଅବା ଦରିଦ୍ରସେବା, କେହିନାକେହି ସ୍ୱତଃପ୍ରବୃତ ଭାବେ ନିଜ ଜୀବନକୁ ଉତ୍ସର୍ଗୀକୃତ କରି ଦେଇଥାନ୍ତି ।ଓଡ଼ିଶାର ଇତିହାସରେ ଉତ୍କଳମଣି ଗୋପବନ୍ଧୁ ଙ୍କ ନାମ ସର୍ବାଗ୍ରେ ଗ୍ରହଣୀୟ ହୋଇ ଆସିଥିବା ବେଳେ ଅନେକ ବଦାନ୍ୟ ବ୍ୟକ୍ତି ସେବା ସଂଗଠନ ଗଢି ସମାଜର ଅବହେଳିତ, ଭିନ୍ନକ୍ଷମ, ସମୟୋପଯୋଗୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସାହାଯ୍ୟ ସହଯୋଗ କରି ସମାଜସେବା କାର୍ଯ୍ୟ କୁ ଅବ୍ୟାହତ ରଖିଛନ୍ତି । ହେଲେ ଆମେ ଆପଣ ମାନଙ୍କୁ ଏମିତି ଜଣେ ଯୁବ ସମାଜସେବୀ ବିଷୟରେ ଜଣାଇବାକୁ ଚାଁହୁଛୁ ଯିଏ କି ସମାଜସେବା ସହିତ ମାନବସେବା କୁ ପ୍ରାଧାନ୍ୟ ଦେଇ ମୃତ୍ୟୁ ପରେ ନିଜର ଅଙ୍ଗଦାନ କରିବାକୁ ନିକଟରେ ନିଜ ନାମକୁ ପଞ୍ଜିକୃତ କରାଇଛନ୍ତି । ଏପରି ମହତ ହୃଦୟ ଯୁବକ ହେଉଛନ୍ତି, ଜଗତସିଂହପୁର ଅନ୍ତର୍ଗତ ତଣ୍ଡିକୁଳ ଗ୍ରାମର ବିଭୁତି ଭୂଷଣ ସ୍ୱାଇଁ , ଡାକନାମ ସନ୍ତୋଷ ସତ୍ୟମ ।ବୟସ ମାତ୍ର ୩୦, କିନ୍ତୁ ଚିନ୍ତାଧାରା ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ବ୍ୟକ୍ତିଙ୍କର ପରି ବୋଧହୁଏ । ଖବର ପାଇବା ପରେ ଆମ ପ୍ରତିନିଧି ଭେଟିଥିଲେ ବିଭୁତି ଙ୍କୁ । ତାଙ୍କ ବାପା ମାଆ ପଡୋଶୀ ବିଭୁତିର ଏଭଳି ନିଷ୍ପତିକୁ ଦୃଢ ସମର୍ଥନ କରି କୁହନ୍ତି ମୋ ପୁଅର ଅଙ୍ଗ ଯେବେ ଅନ୍ୟ କାହାଠାରେ ଲାଗି ପାରିବ ସେମାନେ ଆମ ଅଂଶ ବୋଲି ଆତ୍ମା ଆମର ବହୁତ ଶାନ୍ତି ଲାଭ କରିବ ।
ବହୁ ଅନୁଷ୍ଠାନ ସହିତ ଜଡିତ ଥିବା ବିଭୁତି ସ୍ୱାଇଁ ସମାଜସେବାରେ ସନ୍ତୁଷ୍ଟ ରହିବା କମ୍ ହୋଇ ଯାଉଛି ବୋଲି ହୃଦବୋଧ ହେବାରୁ ଅଙ୍ଗଦାନ କରି ମାନବ ଜନ୍ମ ସାର୍ଥକ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ଆନନ୍ଦରେ କୁହନ୍ତି । ନିଜ ସହଧର୍ମିଣୀ ମଧ୍ୟ ସ୍ୱାମୀଙ୍କ ଚିନ୍ତାଧାରାକୁ ସ୍ୱାଗତ ଜଣେଇ ତାଙ୍କ ସ୍ୱାମୀ ସମାଜସେବା ପାଇଁ ଉଚିତ ପଦକ୍ଷେପ ନେଇଛନ୍ତି ବୋଲି ଶୁଣେଇଛନ୍ତି ।