ଝଙ୍କଡ଼ : ଦୀର୍ଘ ୫ ବର୍ଷ ଧରି, ପାରାଦୀପ ପରିବହନ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ଗଠିତ ଖାନ ଫାଉଣ୍ଡେସନ ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସହାୟ ଗରିବ ପରିବାରର ଲୋକମାନଙ୍କୁ ରେସନସାମଗ୍ରୀ ପ୍ୟାକେଟ ବଣ୍ଟନ କରିଆସିଥିବାବେଳେ, ଗତ ବୁଧବାର ଅପରାହ୍ନରେ, ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ ଅଧିନ ମୂଳିିସିଂହ ପଞ୍ଚାୟତରେ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ମିଃ ଖାଲିବ୍ ଖାନଙ୍କ ମାର୍ଗଦର୍ଶନରେ, ଜିଏମ୍ ଅପରେସନ ବିଭାଗୀୟ ଅଧିକାରୀ ଫଜଲୁର ଫଜଲୁର ରହେମନ୍ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନର ଶତାଧିକ ଅସହାୟ ଗରିବ ପରିବାରର ଲୋକମାନଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀର ପ୍ୟାକେଟ ବଣ୍ଟନ କରାଯାଇଅଛି।
ମୁଳିିସିଂହ ପଞ୍ଚାୟତର ସରପଞ୍ଚ ସାଫି ଆଜାମ୍ ଙ୍କ ଦ୍ଵାରା ଆୟୋଜିତ ଏହି ବଣ୍ଟନପ୍ରକ୍ରିୟାରେ ଓ ବିଶେଷ କରି ପବିତ୍ର ରମଜାନପର୍ବ ପାଳନ ଅବସର ରେ କେତେକ ମୁସଲିମ ସମ୍ପ୍ରଦାୟର ଗରିବ ପରିବାରର ଲୋକମାନଙ୍କୁ ମଧ୍ୟ ଏହି ରେସନ ସାମଗ୍ରୀ ବଣ୍ଟନ କରାଯାଉଥିବାର ଦେଖିବାକୁ ମିଳିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମରେ, ବସ୍ତିର ସର୍ଦ୍ଦାର ସମ୍ ସୁର୍ ରହେମନ, ୱାଡ ସଭ୍ୟ ସୁରେନ୍ଦ୍ର ବେହେରା, ଯୁବସମାଜସେବୀ ୱାହିଦ ଉଦ୍ଦିନ୍ , ତୋଫାନ ମଲ୍ଲ ଓ ସରୋଜ ସାହୁ ପ୍ରମୁଖ ଯୋଗଦେଇ, ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ। ଖାନ ଫାଉଣ୍ଡେସନ ର ମହନୀୟ ସେବାକାର୍ଯ୍ୟ ପାଇଁ, ପଞ୍ଚାୟତର ଅଧିବାସୀ ମାନେ, ପାରାଦୀପ ପରିବହନ ପ୍ରାଇଭେଟ ଲିମିଟେଡ ର ସମସ୍ତ୍ କର୍ମକର୍ତ୍ତା ମାନଙ୍କର ଉଚ୍ଚ ପ୍ରଶଂସା କରିଅଛନ୍ତି।