ଝଙ୍କଡ଼ : ପବିତ୍ର ରମଜାନ ପର୍ବ ପାଳନ ଉପଲକ୍ଷେ, ପାରାଦୀପ ପରିବହନ ପ୍ରାଇଭେଟ୍ ଲିମିଟେଡ ଆନୁକୂଲ୍ୟରେ, ପରିଚାଳନା ନିର୍ଦ୍ଦେଶକ ମିଷ୍ଟର ଖାଲିଦ ଖାନ ଙ୍କ ମାର୍ଗଦର୍ଶନ ରେ ଓ ଜି ଏମ୍ ଅପରେସନ ବିଭାଗୀୟ ଅଧିକାରୀ ଫଜୁରୁଲ ରହେମନ୍ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ, ତିର୍ତ୍ତୋଲ ବ୍ଲକ ଅଧିନ ବିରି ତୋଳ ପଞ୍ଚାୟତ ଅନ୍ତର୍ଗତ ରସୁଲପୁର ଠାରେ, ରସୁଲପୁର ଓ ସାଁପୁର ଅଞ୍ଚଳ ର ଶତାଧିକ ଅସହାୟ ଗରିବ ପରିବାରର ଲୋକମାନଙ୍କୁ ରେଷନ ସାମଗ୍ରୀ ପ୍ୟାକେଟ ବଣ୍ଟନ କରାଯାଇଅଛି।
ଗତ ଶନିବାର ଦିନ ଅପରାହ୍ନରେ ଏହି ଅବସରରେ ଆୟୋଜିତ ବଣ୍ଟନ କାର୍ଯ୍ୟକ୍ରମ ବିଶିଷ୍ଟ ସମାଜସେବୀ ଶେଖ୍ ତମିଜ୍ ଉଦ୍ଦୀନ ( ଲାଲା ଭାଇ ) ଙ୍କ ଦ୍ଵାରା କରଯାଇଥିବା ବେଳେ, ଶେଖ୍ ଅଖିତ୍ ଉଦ୍ଦିନ୍ ଶେଖ୍ ତହୁର ଅଲ୍ଲୀ ଓ ଗୁଲାମ ରବାନି ପ୍ରମୁଖ ଏଥିରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଦୀର୍ଘ ୫ ବର୍ଷଧରି, ପାରାଦୀପ ପରିବହନ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ଏହି ପ୍ରକାରର ସହାୟତା ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଉଥିବାରୁ , ସ୍ଥାନୀୟ ଅଞ୍ଚଳର ବସ୍ତିବାସିନ୍ଦା ମାନେ, ଖାନ ଫାଉଣ୍ଡେସନ ର ସମସ୍ତ କର୍ମକର୍ତ୍ତା ମାନଙ୍କର ଉଚ୍ଚ ପ୍ରଶଂସା କରିଅଛନ୍ତି।