ବିଜେଡ଼ି ପ୍ରାର୍ଥୀ ଡଃ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରଫେସର ରମାକାନ୍ତ ଭୋଇଙ୍କ ସାରଳା ଦର୍ଶନ

ରାଜ୍ୟ
Share

ସ୍ବାଗତ ସମ୍ବର୍ଦ୍ଧନାରେ ସାମିଲ ହେଲେ ଚିରଞ୍ଜିବି ବିଶ୍ବାଳ ଙ୍କ ସମର୍ଥକ

ଝଙ୍କଡ଼ :  ଜଗତସିଂହପୁର ସଂସଦୀୟ କ୍ଷେତ୍ରରୁ, ବିଜୁ ଜନତା ଦଳ ତରଫରୁ ଡଃ ରାଜଶ୍ରୀ ମଲ୍ଲିକଙ୍କୁ ପୁନର୍ବାର ସାଂସଦ ପ୍ରାର୍ଥୀ ଭାବେ ଘୋଷଣା ପରେ ଓ ତିର୍ତ୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଫେସର ରମାକାନ୍ତ ଭୋଇ ଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ, ଉଭୟ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ଦର୍ଶନ ପୂଜାର୍ଚ୍ଚନା ଓ ଆଶୀର୍ବାଦ ଭିକ୍ଷା କରିବାକୁ ଏଠାରେ ପହଞ୍ଚିଥିଲେ ।   ନିକଟରେ କଂଗ୍ରେସରୁ ଇସ୍ତଫା ଦେଇ, ବିଜେଡ଼ିରେ ଯୋଗଦେଇଥିବା, ପୁର୍ବତନ ଉପମୂଖ୍ୟମନ୍ତ୍ରୀ ସ୍ବର୍ଗତ ବସନ୍ତ କୁମାର ବିଶ୍ଵାଳଙ୍କ ପୁତ୍ର ଚିରଞ୍ଜିବି ବିଶ୍ବାଳ ଙ୍କର ବହୁ ସଂଖ୍ୟକ ସମର୍ଥକ, ଉଭୟପ୍ରାର୍ଥୀ ଙ୍କୁ ସ୍ବାଗତ କରିବା ସହିତ, ତାଙ୍କୁ ମନ୍ଦିର ବେଢା ଭିତରକୁ ପାଛୋଟି ନେଇଥିବାର ଦେଖିବାକୁ ମିଳିଥିଲା।

Bf3e4ae6 947c 40bd Ae71 5c163664ad50

ମନ୍ଦିର ରେ ମାଆଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ପ୍ରାର୍ଥୀ ଦ୍ବୟ ବେଢ଼ା ପରିକ୍ରମା କରିବା ସମୟରେ, ସିଦ୍ଧବକୁଳ ବେଦୀ ନିକଟରେ ସାରଳା ମନ୍ଦିରର ସେବାୟତ ମାନଙ୍କ ତରଫରୁ, ମା ସାରଳା ଙ୍କ ଫଟୋଚିତ୍ର, ପଣତକାନି ଓ ଆଜ୍ଞାମାଳ ପ୍ରଦାନ କରାଯାଇ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ, ଜିଲ୍ଲା ବିଜେଡ଼ି ଉପ ସଭାପତି ଅଶ୍ଵିନୀ ଦାସ, ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ଗଙ୍ଗାଧର ବିଶ୍ୱାଳ , ଜିଲ୍ଲାପରିଷଦ ଉପାଧ୍ୟକ୍ଷl ସୁଜାତା ମହାନ୍ତି , ଜିଲ୍ଲାପରିଷଦ ସୁନୀଲ କୁମାର ବେହେରା , ରଞ୍ଜିତା ସିଂହ, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା , ଉପାଧ୍ୟକ୍ଷl ସନ୍ଧ୍ୟାରାଣୀ ମହାନ୍ତି, ଚିତ୍ତରଞ୍ଜନ ରଥ ଇଂ ସୁମିତ ଦାସ , ଛାତ୍ରନେତା ବିମଳ କାନ୍ତ ମହାପାତ୍ର ଓ ଦେବୀପ୍ରାସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିବା ବେଳେ, ସାରଳା ମନ୍ଦିରର ବଶିଷ୍ଠ ସେବାୟତ ତ୍ରିଲୋଚନ ରାଉଳ , ଲକ୍ଷ୍ମୀଧର ମହାପାତ୍ର , ସେବାୟତ ସଂଘର ସଭାପତି ବିଜୟ କୁମାର ରାଉଳ , ଅରକ୍ଷିତ ରାଉଳ , ଅଜୟ କୁମାର ରାଉଳ , ରମେଶ ଚନ୍ଦ୍ର ରାଉଳ , ନୃସିଂହ ଚରଣ ରାଉଳ, କ୍ଷୀରୋଦ କୁମାର ରାଉଳ ପ୍ରମୁଖ ଏହି ସମ୍ବର୍ଦ୍ଧନା ଉତ୍ସବ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

ତେବେ ପୂର୍ବରୁ କଂଗ୍ରେସ ଥିବା ନେତୃବୃନ୍ଦ ଛାମୁଆ କର୍ମୀ ମାନେ, କିଛିଦିନ ପୂର୍ବରୁ ବିଜେଡ଼ି ରେ ଯୋଗଦେଇଥିବା ବେଳେ , ଏହି ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ସାମିଲ ହୋଇଥିବା ଗୁରୁଚରଣ ଜେନା , ସତ୍ୟଭୂଷଣ ଦାସ , ସଞ୍ଜୟ ମହାନ୍ତି ପ୍ରମୁଖ ଙ୍କୁ ଆଗଧାଡ଼ିରେ ବସିବା ସହିତ ପରିଚାଳନା କରିବା କ୍ଷେତ୍ରରେ ମଧ୍ୟ ସକ୍ରିୟ ସହଯୋଗ କରିଥିଲେ। ଯାହା ଫଳରେ କଂଗ୍ରେସ ଦଳ ଏଠାରେ ସ୍ଥିତିଶୂନ୍ୟ ହେବାକୁ ଯାଉଥିବାବେଳେ , ବିଜେଡ଼ିର ପଲା ଭାରି ହେବାରେ ଲାଗିଛି। ସୂଚନା ଯୋଗ୍ୟ ଏଠାରେ ପ୍ରାର୍ଥୀ ଘୋଷଣା କ୍ଷେତ୍ରରେ ମଧ୍ୟ ବିଜେଡ଼ି ଓ ବିଜେପି ଆଗୁଆ ଥିବା ବେଳେ , କଂଗ୍ରେସ ଦଳ ତରଫରୁ ଆଗାମୀ ସାଧାରଣ ନିର୍ବାଚନରେ କାହାକୁ ଏଠାରେ ପ୍ରାର୍ଥୀ କରାଯିବ, ତାହା ସ୍ଥିର କରାଯାଇ ନାହିଁ। ଯାହା ଫଳରେ ବିଗତ ନିର୍ବାଚନ ଭଳି ଚଳିତ ନିର୍ବାଚନରେ ମଧ୍ୟ ଏଠାରେ ତୃତୀୟ ସ୍ଥାନରେ ହିଁ ରହିବବୋଲି, ରାଜନୈତିକ ସମୀକ୍ଷକ ମାନେ ଆକଳନ କରୁଅଛନ୍ତି।

Leave a Reply

Your email address will not be published. Required fields are marked *