ଝଙ୍କଡ଼ : ପବିତ୍ର ଇଦ୍ଉଲ୍ ଫିଦର ଓ ରମଜାନ ଉପଲକ୍ଷେ, ତିର୍ତ୍ତୋଲ ବ୍ଲକ ଅଧିନ ଗୋବିନ୍ଦପୁର ପଞ୍ଚାୟତର ସରପଞ୍ଚ ଶୁଭଶ୍ରୀ ନାୟକ ବିଗତ ତିନିବର୍ଷ ଧରି, ଅଖଣ୍ଡ ଭାଇଚାରା ପରମ୍ପରାକୁ ବଜାୟ ରଖିବା ପାଇଁ, ତାଙ୍କ ପଞ୍ଚାୟତ ଅନ୍ତର୍ଗତ ବାରବାଟିଆ ଗ୍ରାମ ର ବିଭିନ୍ନ ବସ୍ତି ବାସିନ୍ଦାଙ୍କ ନିକଟରେ ପହଞ୍ଚି, ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କୁ ଫଳ ଓ ଶୁଖିଲାଖାଦ୍ୟ ବଣ୍ଟନ କରି ଆସୁଛନ୍ତି।
ଏହି ପରିପ୍ରେକ୍ଷୀରେ ଗତ ମଙ୍ଗଳବାର ଦିନ ମଧ୍ୟାହ୍ନ ରେ, ବିଶିଷ୍ଟ ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ରେ ସୂର୍ଯ୍ୟ ନାରାୟଣ ସ୍ଵାଇଁ, ସୌମ୍ୟକାନ୍ତ ରାଉତ, ଅଭିଷେକ ଖୁଣ୍ଟିଆ, କ୍ଷୀରୋଦ ଚନ୍ଦ୍ର ମଲ୍ଲିକ ଓ ସୁବୋଧ କାନୁନଗୋ ପ୍ରମୁଖ ସାମିଲ ହୋଇଥିବା ବେଳେ, ବାରବାଟିଆ ବସ୍ତିର ମୂରବୀ କମଲ ଶାହା , ଜମାଲ ଶାହା, ଓଲି ଶାହା, ସାକିଦ ଅହେମଦ, ନବିବକ୍ସ ଶାହା,ସୋବା ନ୍ ଶାହା, ବିକା ଶାହା , ଧନା ଶାହା, ହିକମତ୍ ଶାହା, ନୂର୍ ମହମ୍ମଦ ଓ ଗୁଲଜାର ଖାନ ପ୍ରମୁଖ ଏହି ଫଳ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।