ଝଙ୍କଡ଼ : ଜଗତସିଂହପୁର ଜିଲ୍ଲା, ତିର୍ତ୍ତୋଲ ବ୍ଲକ, ଗରାମ ପଞ୍ଚାୟତ ଅଧୀନ, ବଡିଜଙ୍ଗା ଗ୍ରାମର , ପୁଣ୍ୟତୋୟା ହଂସୁଆ ନଦୀ ର ତଟଦେଶରେ, ଶ୍ରୀ ଶ୍ରୀ ହରହରି ମହାବୀର ଜୀୟୁ ଙ୍କ ୧୦ ମ ବାର୍ଷିକ ବିଶ୍ଵଶାନ୍ତି ମହାଯଜ୍ଞ ଓ ସମ୍ବର୍ଦ୍ଧନା ଉତ୍ସବ ଗତ ମଙ୍ଗଳବାର ଦିନ ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି।
ହରହରି ମହାବୀର ପୂଜା କମିଟି ଓ ବଡିଜଙ୍ଗା ଗ୍ରାମବାସୀ ମାନଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ସଭାପତି ବିଭୁତି ଭୁଷଣ ସ୍ଵାଇଁ ସଭାପତିତ୍ବ କରିଥିଲାବେଳେ, ମୁଖ୍ୟ ଉପଦେଷ୍ଟା ପ୍ରଦୀପ କୁମାର ସ୍ବାଇଁ ନିମନ୍ତ୍ରିତ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।
ସଞ୍ଜୟ ରାଉତ ମଞ୍ଚ ପରିଚାଳନା କରିଥିବା ବେଳେ ମୂଖ୍ୟଅତିଥି ଭାବେ ନାଲକୋ ର ବରିଷ୍ଠ ଅଧିକାରୀ କଲ୍ଲୋଳ ବିକାଶ ସ୍ଵାଇଁ , ମୂଖ୍ୟବକ୍ତା ପଣ୍ଡିତ ଚିନ୍ମୟ ଦାଶ ଓ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ଇନ୍ଦ୍ରାଣୀ ସ୍ଵାଇଁ ଯୋଗଦେଇ, ନିଜ ନିଜର ବକ୍ତବ୍ୟ ରେ ହରହରି ମହାବୀର ଙ୍କ ମହିମା ଓ ମାହାତ୍ମ୍ୟ ଉପରେ ଆଲୋଚନା କରିବା ସହିତ, ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କର ଆମ ସମାଜ ପାଇଁ ଅବଦାନ ସମ୍ପର୍କରେ ସୂଚନା ପ୍ରଦାନ କରିଥଲେ।
ଏହି ଅବସରରେ ଡଃ ତ୍ରିପୁରାନ୍ତକ ପଣ୍ଡା , ପ୍ରଫେସର ଶକ୍ତି ପ୍ରାସାଦ ଦାଶ , ବିଜୟ କୁମାର ନାୟକ , ରାଜକିଶୋର ରାଉତରାୟ , ପ୍ରମୋଦ କୁମାର ସାହୁ, ଶରତ ଚନ୍ଦ୍ର ମହାନ୍ତି, ପ୍ରସନ୍ନ କୁମାର ମହାପାତ୍ର, ସୁରେଶ ଚନ୍ଦ୍ର ଚୌଧୁରୀ , ପ୍ରଦ୍ୟୁମ୍ନ ରଥ , ପଞ୍ଚାନନ ସାହୁ, ଓ ସୁଶୀଲ କୁମାର କୁଅଁର ଙ୍କୁ ନିଜ ନିଜର ବ୍ୟକ୍ତିତ୍ଵ ଓ କୃତିତ୍ବ ପାଇଁ ଉତ୍ତରୀୟ ମାନପତ୍ର ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନିତ ସମ୍ବର୍ଦ୍ଧିତ କରାଯାଇଥିଲା।
ତେବେ ବିଗତ ଅପ୍ରେଲ ୧୩ ତାରିଖ ଶନିବାର ଦିନ ଠାରୁ ଶୁଭାରମ୍ଭ ହୋଇଥିବା ଏହି ମହାନ୍ ଆଧ୍ୟାତ୍ମିକ ସାରସ୍ଵତ ସାଂସ୍କୃତିକ କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖ ଗୁରୁବାର ଦିନ ପୂର୍ଣ୍ଣାହୁତି ପ୍ରଦାନ କରାଯାଇ, ଉଦଯାପିତ ହେବବୋଲି, ପୂଜା କମିଟି ର ମୂଖ୍ୟଉପଦେଷ୍ଟା ପ୍ରଦୀପ କୁମାର ସ୍ବାଇଁ ସୂଚନା ପ୍ରଦାନ କରିଅଛନ୍ତି।